ଆନନ୍ଦପୁରରେ ଜନତା କର୍ଫ୍ୟୁକୁ ଅଭୁତପୂର୍ବ ସମର୍ଥନ: ରାସ୍ତାଘାଟା ଖାଁ ଖା

Share on facebook Share on Twitter Share on Whatsapp Share on Linkedin

ଆନନ୍ଦପୁର,(ଉପେନ୍ଦ୍ର କୁମାର ସାହୁ): ଭାରତରେ କରୋନା ମାହାମାରୀ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ପାଇଁ ଦେଶ ବାସୀଙ୍କୁ ଆହ୍ବାନ ଦେଇଥିଲେ। ଏହାକୁ ଦେଶ ବାସୀ ପୂର୍ଣ ସମର୍ଥନ କରିବା ସହ ଆନନ୍ଦପୁରରେ ଜନତା କର୍ଫ୍ୟୁ ଅଭୂତପୂର୍ବ ସମର୍ଥନ ମିଳୁଥିବାର ଦେଖିବାକୁ ମିଳୁଛି।ଆନନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳ ରେ ଜନତା କର୍ଫ୍ୟୁ ଲାଗି ସବୁ ଦୋକାନ ବଜାର ବନ୍ଦ ରହିଛି । ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ରାସ୍ତା ଘାଟ ସବୁ ଖାଁ ଖାଁ । ଏହି ଅଞ୍ଚଳରେ ବିଭିନ୍ନ ଗାଁ ଭିତର ଦୋକାନ ଘର କବାଟ ବନ୍ଦ ରହିଥିବା ବେଳେ ଏହି ଅଞ୍ଚଳରେ ଆଜି ସକାଳୁ ମାଛ ଓ ମାଂସ ଦୋକାନରେ ଭିଡ଼ ଦେଖିବାକୁ ମିଳିଛି। ସବୁ ଲୋକ ଘର ଭିତରେ ଖାଇ ପିଇ ସୋଇ ରହିଛନ୍ତି, ତେବେ ଆନନ୍ଦପୁର ରେ ଜରୁରୀକାଳୀନ ସେବା ଯୋଗାଉଥିବା ସରକାରୀ ବେସରକାରୀ ସଂସ୍ଥା ଗୁଡିକ କାର୍ଯ୍ୟରତ ରହିଥିବା ଦେଖିବାକୁ ମିଳିଛି ,କିନ୍ତୁ ସେଠାରେ କୌଣଷି ଲୋକଙ୍କ ଦେଖାନାହିଁ । ଜନତା କର୍ଫ୍ୟୁ ମାଧ୍ୟମର​ରେ କରୋନା ଭଳି ବିଶ୍ୱ ମହାମାରୀ ଭୂତାଣୁ ଠାରୁ ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହା ଗୁରୁତ୍ବପୂର୍ଣ୍ଣ ପଦକ୍ଷପ ବୋଲି ସାଧାରଣରେ ଚର୍ଚ୍ଚା ହୋଉଛି। ଏହି ଜନତା କର୍ଫ୍ୟୁ ୧୪ ଘଣ୍ଟାର ଅବଧିରେ ସାମାଜିକ ଦୂରତାକୁ ଦୂର କରାଯାଇ କରୋନା ଭୂତାଣୁ ବ୍ୟାପିବାକୁ ରୋକ ଲଗାଇବାରେ ସଫଳ ହୋଇପାରିବ ବୋଲି ବୌଜ୍ଞାନିକ ତଥ୍ୟ ରଖିଛନ୍ତି ।ଏଥି ସହିତ ପ୍ରଥମ ଥର ପାଇଁ ଜନତା କର୍ଫ୍ୟୁକୁ ଏପରି ଅଭୂତପୂର୍ବ ସମର୍ଥନ ମିଳିଛି ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି ।