ଧନ୍ୟବାଦ ଜଣାଇଲେ ନବୀନ

Share on facebook Share on Twitter Share on Whatsapp Share on Linkedin

ଦେଶ ପାଳନ କରୁଛି ଜନତା କର୍ଫ୍ୟୁ । ରାଜ୍ୟର ୫ ଜିଲ୍ଲା ଓ ୮ ସହର ଲକ୍ ଡାଉନ୍ । ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ତାଳି ମାରିବା ସହ ଏବେର ବିରାଟ ସ୍ୱାସ୍ଥ୍ୟ ସଙ୍କଟରେ ଲୋକଙ୍କ ସୁବିଧା ପାଇଁ ଜରୁରୀକାଳୀନ ସେବା ଯୋଗଉଥିବା ବ୍ୟକ୍ତିମାନେ ନିଜର ଶ୍ରେଷ୍ଠ ଭୂମିକା ନିର୍ବାହ କରୁଥିବା କହିଛନ୍ତି । ସମସ୍ତଙ୍କ ଭଳି ମୁଁ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଅଭିଯାନରେ ସାମିଲ ହୋଇଛି । ଆସନ୍ତୁ ଏହି ଲଢେଇକୁ ଦୃଢତାର ସହ ଲଢିବା । ସଚେତନ ହେବା ସୁରକ୍ଷିତ ରହିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଅନ୍ୟପଟେ ଲୋକସେବା ଭବନରେ ସଚେତନତା ସହ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ଶାସନ ସଚିବ, 5T ସଚିବ, କରୋନା ମୁକାବିଲା କମିଟିର ମୁଖପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ । ସମସ୍ତଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଏଭଳି ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଧନ୍ୟବାଦ ଅର୍ପଣ କରାଯାଇଛି ।