ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Share on facebook Share on Twitter Share on Whatsapp Share on Linkedin

ମୁରିବାହାଲ (ସୁବ୍ରତ ମହାକୁର )ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ରେ ଥିବା ବିଟାବନ୍ଧ ପଂଚାୟତ ଅନ୍ତର୍ଗତ ଘଣ୍ଟବହାଲୀ ଗ୍ରାମରେ ଏକ ଚାରି ମାସ ର ଅନ୍ତଃସ୍ୱତା ମହିଳା ଦେବକୀ ଛତର ଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ନିଜସ୍ୱ ଘରେ ଝୁଲନ୍ତା ଅବସ୍ଥା ରେ ମିଳିଛି l ଏହା ଏକ ଆତ୍ମହତ୍ୟା ନା ହତ୍ୟା ପରେ ଆତ୍ମହତ୍ୟା ର ରୂପ ଦିଆଯାଉଛି ତାହା ସନ୍ଦେହ ଘେରା ରେ ରହିଛି l କିନ୍ତୁ ମହିଳା ଙ୍କ ମା ବାପାଙ୍କ କହିବା ଅନୁସାରେ ତାଙ୍କ ଝିଅ କୁ ହତ୍ୟା ହିଁ କରା ଯାଇଛି l ମୃତ୍ୟୁ ହୋଇ ଥିବା ମହିଳା ଶାଶୁ ଘର ଲୋକ କହିବା ଅନୁସାରେ 23ତାରିଖ ରାତି ରେ ଉକ୍ତ ମହିଳାଙ୍କ ମୃତ ଦେହ ତାଙ୍କ ଶାଶୁ ଘର ଲୋକେ ରାତ୍ର ଗୋଟାଏ ରେ ଝୁଲନ୍ତା ଅବସ୍ଥା ରେ ଦେଖିବାକୁ ପାଇଥିଲେ l ଏହା ଦେଖିବା ପରେ ତାଙ୍କ ଶାଶୁ ଘର ଲୋକେ ସଙ୍ଗେ ସଙ୍ଗେ ମହିଳାଙ୍କ ମା ବାପା ଙ୍କ ଘରକୁ ଫୋନେ ଯୋଗେ ଅବଗତ କରାଇ ଥିଲେ ଏବଂ କହିଥିଲେ ଯେ ମହିଳାଙ୍କ ଶ୍ୱଶୁର ଙ୍କ ଦେହ ଖରାପ ଅଛି ଦେଖିବା ପାଇଁ ଶୀଘ୍ର ଆସନ୍ତୁ l ଖବର ପାଇ ମହିଳା ଙ୍କ ବାପା ଘରଲୋକ ରାତ୍ର ପ୍ରାୟ ରାତି 3ଟାରେ ପହଂଚି ଥିଲେ କିନ୍ତୁ ଘଣ୍ଟବlହଳି ଗ୍ରାମ କୁ ପହଁଚିଲା ପରେ ମୃତ ଦେହକୁ ଦେଖି ମହିଳାଙ୍କ ବାପା ଘର ଲୋକେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହି ତୁରନ୍ତ ଟିଟିଲାଗଡ଼ ଥାନା କୁ ଯାଇ ଲିଖିତ ସୂଚନା ଦେଇଥିଲେ l ଚାରି ବର୍ଷ ପୂର୍ବେ ଘଣ୍ଟବହାଲୀ ଗ୍ରାମ ର ବେଦ ଛତର ଏବଂ ଗୌର ଛତର ଙ୍କ ପୁଅ ଦେବରାଜ ଛତର ଟୁପାଉଡର ପଂଚାୟତ ସ୍ଥିତ ବଡ଼ଉଡାର ଗ୍ରାମ ସ୍ଥିତ ପିତାମ୍ବର ଗହୀର ଙ୍କ ଝିଅ ସହିତ ବୈଦିକ ରୀତିନୀତି ରେ ବାହl ହୋଇଥିଲେ l ଝିଅ ଙ୍କ ମା ଙ୍କ କହିବା ଅନୁସାରେ ମଝୀ ମଝିରେ ବରକନ୍ୟା ଙ୍କ ମଧ୍ୟରେ ଝଗଡା ହେଉଥିଲା ତେଣୁ ଏମାନେ ମୋ ଝିଅ କୁ ମାରି ଦେଇ ଆତ୍ମହତ୍ୟା ରୂପ ଦେଉଛନ୍ତି lତେବେ ଘଟଣା ସମ୍ପର୍କ ରେ ସୂଚନା ପାଇବା ପରେ ମଧ୍ୟ ଖବର ଲେଖା ହେବ ପର୍ଯ୍ୟନ୍ତ କୌଣସି ପୋଲିସ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଂଚି ନାହାନ୍ତି l