ଆନନ୍ଦପୁର ଅଞ୍ଚଳରେ ଲକଡାଉନ୍ ପୂର୍ବରୁ ବନ୍ଦ ର ପ୍ରଭାବ

Share on facebook Share on Twitter Share on Whatsapp Share on Linkedin

ଆନନ୍ଦପୁର(ଉପେନ୍ଦ୍ର କୁମାର ସାହୁ)-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ସମସ୍ତ ବଜାର ଲଗ ଡାଉନ ଘୋଷଣା କରିବା ପୂର୍ବରୁ ସାଧାରଣ ଲୋକେ ଓ ସ୍ଥାନୀୟ ପୋଲିସ୍ ବଜାର ଘାଟ ଦୋକାନ ବଜାର ବନ୍ଦ କରିବାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରେତେକ ଦିନ ଭଳି ଆଜି ବେଲବାହାଳି ବଜାରରେ ପରିବା ଓ ରାସନ ଦୋକାନ ବଜାରରେ ଭିଡ ରହୁଥିବା ଦେଖିବାକୁ ମିଳିଥିଲା ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ସଚେତନ କରିବା ସହ ଦୋକାନ ଗୁଡିକୁ ବନ୍ଦ କରିଥିଲେ ଲୋକ ମାନେ ସଚେତନ ହୋଇ ଘରୁ ବାହାରକୁ ନ ବାହାରିବା ସହ ଗୋଟିଏ ଜାଗାରେ ୫ ରୁ ଅଧିକ ଲୋକ ଏକତ୍ରିତ ନହେବା ପାଇଁ ସଚେତନ କରାଇଛନ୍ତି ,ଆନନ୍ଦପୁର ବ୍ଲକ ର ସମସ୍ତ ବଜାର ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ପୋଲିସ ପହଞ୍ଚି ସଚେତନ କରାଉଥିବା ସହ ବେଲବାହାଳି ଓ ଶାଳପଡ଼ା ବଜାରରୁ ଲୋକମାନଙ୍କୁ ସଚେତନତା କରିବା ପାଇଁ ଡ଼ାକବାଜି ଯନ୍ତ୍ର ଦ୍ବାରା ଡାକି ଦୋକାନ ବଜାର ବନ୍ଦ ରଖିବା ପାଇଁ ପ୍ରଚାର କରିଥିଲେ ,ଏଥିସହିତ କେନ୍ଦୁଝର ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଥିଲେବି ପ୍ରଶାସନ ର ବାର୍ତା କୁ ଉଲଘଂନ କରି ବେଲବାହାଳି କାଳିପଡ଼ିଆ ନିକଟରେ ଠିକାଦାର ମାନେ ସାଧାରଣ ଲୋକଙ୍କୁ ଏକତ୍ରିତ କରି ରାସ୍ତା ଓ ଡ୍ରେନ୍ କାମ କରାଉଛନ୍ତି , ଏଥିପାଇଁ ସ୍ଥାନୀୟ ଲୋକମାନେ ପୋଲିସ୍ କୁ ଖବର ଦେଇଥିଲେ ,ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଠିକାଦାର ମାନଙ୍କ କାମ ବନ୍ଦ କରିବା ସହ ୧୪୪ ଧାରା ନ ଉଥିବା ପଯ୍ୟନ୍ତ ଏ କାମ ବନ୍ଦ କରିବା ପାଇଁ ଠିକାଦାର ମାନଙ୍କୁ ପରାମର୍ଶ ଦେଇଥିଲେ ,ଏଥିସହ ବଜାରରେ ବୁଲି ବାରିବା , ରାସନ,ଫଳମୂଳ ,ଆମିଷ, ମେଡ଼ିସିନ ଦୋକାନକୁ ଛାଡି ଅନ୍ୟ ଦୋକାନକୁ ବନ୍ଦ କରିଥିଲେ ,,