କରୋନା କଟକଣା : ସାରା ରାଜ୍ୟରେ ଚାଲିଥିବା ନିର୍ମାଣାଧୀନ କାମ ତୁରନ୍ତ ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ,

Share on facebook Share on Twitter Share on Whatsapp Share on Linkedin

ଭୁବନେଶ୍ୱର (ସ୍ୱସ୍ତିକ ବ୍ୟୁର)କରୋନା ବିରୋଧରେ ରାଜ୍ୟ ସରକାରଙ୍କ ଲଢ଼େଇ । ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ଭାଇରସ୍ ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି । ଲୋକଙ୍କୁ ସଚେତନ କରାଇବା ପାଇଁ ବାରମ୍ବାର ପ୍ରୟାସ ଜାରି ରହିଛି । କରୋନା ପାଇଁ ପୁରା ରାଜ୍ୟକୁ ଲକଡାଉନ୍ କରି ସାରିଥିବା ବେଳେ ଆଜି ନିର୍ମାଣ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଚାଲୁଥିବା ସମସ୍ତ ନିର୍ମାଣ କାମ ବନ୍ଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସାରା ରାଜ୍ୟରେ ଚାଲୁଥିବା ନିର୍ମାଣ କାମ ତୁରନ୍ତ ବନ୍ଦ କରାଯାଉ । ହେଲେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାଲୁଥିବା ନିର୍ମାଣ କାମ ଚାଲୁ ରହିବ । କାରଣ ନିର୍ମାଣ କାମ ଅନେକ ଶ୍ରମିକ ନିୟୋଜିତ ଥାଆନ୍ତି । ଫଳରେ ସଂକ୍ରମଣ ବ୍ୟାପିବାର ଅନେକ ଆଶଙ୍କା ଥାଏ । ତେବେ ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାର ଯଥେଷ୍ଟ ସତର୍କ ଥିବାବେଳେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ।