ସାରା ଓଡିଶା ଲକ୍ ଡାଉନ୍
ଭୁବନେଶ୍ୱର (ସ୍ୱସ୍ତିକ ବ୍ୟୁର) ଓଡିଶାର ସମସ୍ତ ଜିଲ୍ଲା ଲକ୍ ଡାଉନ୍ । ଆଜି ମଧ୍ୟରାତ୍ରରୁ ରାଜ୍ୟର ସମସ୍ତ ଜିଲ୍ଲାକୁ ଲକ୍ ଡାଉନ୍ କରାଯିବ । ପୂର୍ବରୁ ୧୪ଟି ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା । କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆତି ରାତି ୧୨ଟାଠାରୁ ୨୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଏହି ଲକ୍ ଡାଉନ୍ ଜାରି ରହିବ ।
ଗତ ୨୧ ତାରିଖ ଶନିବାର ସରକାର ୫ଟି ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୋଳ ଏବଂ ୮ଟି ସହର ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନକୁ ଲକ୍ ଡାଉନ୍ ଘୋଷଣା କରିଥିଲେ । ସେହିପରି ଗତକାଲି ଆଉ ୯ଟି ଜିଲ୍ଲା ନୟାଗଡ, ଭଦ୍ରକ, ଜଗତସିଂପୁର, ବାଲେଶ୍ବର, ଢେଙ୍କାନାଳ, ପୁରୀ, ଯାଜପୁର,ଝାରସୁଗୁଡା ଓ ସମ୍ବଲପୁର ଓ ଗୋଟିଏ ମୁନିସିପାଲିଟି କର୍ପୋରେସନ ରାଉରକେଲାକୁ ଲକ୍ ଡାଉନ୍ ଘୋଷଣା କରିଥିଲେ । ଆଜି ଆଉ ବାକି ଥିବା ଜିଲ୍ଲାଗୁଡିକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ତେବେ ଏହି ସବୁ ଲକ୍ ଡାଉନ୍ ଅଞ୍ଚଳରେ ଜରୁରୀ ସେବା ଉପଲବ୍ଧ ରହିବ । ପାଣି, ବିଜୁଳି ଓ ସ୍ବାସ୍ଥ୍ୟସେବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ ଦୋକାନ ସହ ପେଟ୍ରୋଲ ପମ୍ପ୍ ଖୋଲା ରହିବ। ମାଛ, ଅଣ୍ଡା, ଚିକେନ ଦୋକାନ ସହ ପରିବା ଓ ତେଜରାତି ଦୋକାନ ଖୋଲା ରହିବ।