କୋରୋନା ଲକ୍ ଡାଉନ୍: ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଇଲେ ପଡ଼ିବନି ଫାଇନ୍
(ସ୍ୱସ୍ତିକ ବ୍ୟୁର) ଏଣିକି ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଇଲେ ଆଉ ଦେବାକୁ ପଡ଼ିବନି ଫାଇନ୍ । ସାରା ବିଶ୍ୱ ସମେତ ଦେଶରେ କୋରୋନା ଆତଙ୍କ ଖେଳାଇଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶବାସୀଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ସେ ଘୋଷଣା କରିଛନ୍ତି, ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ । ଏହା ଆଗାମୀ ୩ ମାସ ଯାଏ ଲାଗୁ ହେବ ।
ଏଥିସହ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍ ବାଲାନ୍ସ ମେଣ୍ଟେନ୍ କରିବା ପଡ଼ିବନି । କୋରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଘୋଷଣା କରିଛନ୍ତି ।ସେହିଭଳି ଆଧାର ନମ୍ବର ଓ ପାନ୍ ମଧ୍ୟରେ ଲିଙ୍କ ଅବଧି ଜୁନ୍ ୩୦ ଯାଏ ଘୁଞ୍ଚାଇବା ସହ ‘ବିବାଦ ସେ ବିଶ୍ୱାସ’ ବାବଦରେ ମଧ୍ୟ ନୂଆ ଘୋଷଣା କରିଛନ୍ତି ।
ଏହି ସ୍କିମ୍ ଅଧୀନରେ ଏବେଠାରୁ ୩୦ ଜୁନ୍ ଯାଏ ଅତିରିକ୍ତ ଭାବେ ୧୦% ଶୁଳ୍କ ଦେବାକୁ ପଡ଼ିବନି ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।