୨୧ ଦିନ ପାଇଁ ସାରା ଦେଶରେ ତାଲା ବନ୍ଦ ଘୋଷଣା କଲେ ପ୍ରଧାନମନ୍ତ୍ରୀ

Share on facebook Share on Twitter Share on Whatsapp Share on Linkedin

(ସ୍ୱସ୍ତିକ ବ୍ୟୁର ) ତମାମ ଦେଶରେ ତାଲାବନ୍ଦ । କରୋନା ମୁକାବିଲା ପାଇଁ ପୂରା ଦେଶରେ ଜାରି ହେବ ଲକଡାଉନ । ଆଜି ଏଭଳି ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ସାମାଜିକ ଦୂରତା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଜଣେ ଅନ୍ୟ ଜଣଙ୍କ ଠାରୁ ଦୂରରେ ରହିଲେ ହିଁ କରୋନାର ଚକ୍ର ଭାଙ୍ଗି ହେବ । ତେଣୁ କୋରାନ ମୁକାବିଲା ପାଇଁ କେହି ଘରୁ ବାହାରନ୍ତୁନି ବୋଲି ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ୨୧ ଦିନିଆ ଲକଡାଉନ ବେଳେ କଣ କଣ ଖୋଲା ରହିବ ଆଉ କଣ ବନ୍ଦ ରହିବ ତାହା ଉପରେ ଏକ ଗାଇଡଲାଇନ ଜାରି କରାଯାଇଛି । ଗୃହମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଜାରି ହୋଇଛି । ଜରୁରୀ ସେବାକୁ ନେଇ ଗାଇଡଲାଇନ ଜାରି ହୋଇଥିବା ବେଳେ ନଜର ପକାନ୍ତୁ କେଉଁ କେଉଁ ସେବା ଲକଡାଉନ ସମୟରେ ଖୋଲା ରହିବ ।ହସ୍ପିଟାଲ, ପେଟ୍ରୋଲ ପମ୍ପ, ଗ୍ୟାସ, ମେଡିସିନ ଷ୍ଟୋର, ରାସନ ଦୋକାନ, କ୍ଷୀର ଦୋକାନ ଖୋଲା ରହିବ । ସେହିଭଳି ବ୍ୟାଙ୍କ, ବୀମା ଓ ଏଟିଏମ ଖୋଲା ରହିବ । ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ପରିବା, ଗ୍ରୋସରୀ ଓ ଫଳ ଦୋକାନ ଖୋଲା ରହିବ ।