ଆନନ୍ଦପୁରରେ ଲକ୍ଡାଉନ୍ ଆଇନ୍ ଉଲଘଂନକାରୀଙ୍କୁ ସାବାଡ଼ କରିବା ପାଇଁ ହାତରେ ଲାଠି ଧରି ରାସ୍ତାକୁ ଓହ୍ଲାଇଛନ୍ତି ପୋଲିସ୍ ,

Share on facebook Share on Twitter Share on Whatsapp Share on Linkedin

ଆନନ୍ଦପୁର (ଉପେନ୍ଦ୍ର କୁମାର ସାହୁ):ମହାମାରୀ କରୋନା ଭୁତାଣୁ ର ସଂକ୍ରମଣ କୁ ନେଇ ବିଶ୍ଵସମୁଦାୟ ଚିନ୍ତାଗ୍ରସ୍ତ ଥିବା ବେଳେ ଆମ ଦେଶ ଭାରତ ଏବଂ ଓଡିଶା ରାଜ୍ୟ ଏହି ସଂକ୍ରମଣ କୁ ରୋକିବା ପାଇଁ ତ୍ୱରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳସ୍ୱରୂପ ପ୍ରତ୍ୟେକ ପଞ୍ଚାୟତର ଜନସାଧାରଣ ଙ୍କ ହିତ କୁ ଦୃଷ୍ଟି ରେ ରଖି ବାହାର ରାଜ୍ୟ କିମ୍ବା ବାହାର ଦେଶ ରୁ ଫେରୁଥିବା ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସକାଶେ ହୋମ କ୍ୱାରେଣ୍ଟାଇନ ର ପରାମର୍ଶ ଦିଆଯାଇଛି , ଲୋକମାନେ ଗାଁ ଗାଉଁଳିରେ ରାଜମିସ୍ତ୍ରୀ ମାନେ ଘର ଚାପର କାମ କରୁଥିବା ବେଳେ ପୋଲିସ ଆସି ବନ୍ଦ କରିଛି ,ଏବଂ ରାସନ ଦୋକାନ ଓ ପରିବା ଦୋକାନରେ ଛଡା ଛଡା ହୋଇ କିଣାକିଣି କରିବା ପାଇଁ ଆଜି ପୋଲୁସ ପକ୍ଷରୁ ଦୋକାନ ସାମ୍ନାରେ ଅଟା ଗୁଳା ପକାଯାଇଛି ,ରାସନ ଦୋକାନି ମାନେ ମନ ଇଛା ଆଳୁ ପିଆଜ ଦର ବଢ଼ାଉଛନ୍ତି ବୋଲି ଗ୍ରାହକ ମାନେ ଅଭିଯୋଗ କରିଛନ୍ତି, ରାସ୍ତା କଡରେ ପରିବା ଦୋକାନରେ ଲୋକମାନେ ଭିଡ ଯମାଉଛନ୍ତି ,ଏଥିପାଇଁ ପ୍ରତି ଘଣ୍ଟା ଘଣ୍ଟା ରେ ପୋଲିସ ଆସି ଲୋକଙ୍କୁ ଘୋଉଡାଉଲଛନ୍ତି , ଅନ୍ୟ ବଜାର ରେ ଲକଡାଉନ ପ୍ରଭାଵ ଅଧିକ ଦେଖିବାକୁ ମିଳିଥିବାବେଳ ବେଲବାହାଳି ବଜାର ରେ ଲୋକମାନେ ପୋଲିସ ସହ ଲୁଚକାଳି ଖେଳିଲା ଭଳି ଦେଖିବାକୁ ମିଳିଛି , ଆନନ୍ଦପୁର ଉପଖଣ୍ଡ ୩ଗୋଟି ବ୍ଲକ ଏବଂ ଗୋଟିଏ ପୌରପରିସଦ କୁ ନେଇ ଗଠିତ। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବହୁଳ ଆଧିବାସୀ ବସବାସ କରୁଥିବା ଏହି ଉପଖଣ୍ଡରେ ଗୁଜୁରାଣ ମେଣ୍ଟାଇବା ପାଇଁ କାମ ଧନ୍ଦା ସକାଶେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ବିଶ୍ୱ ବ୍ୟାପକ କରୋନା ଭୁତାଣୁ ର ସଂକ୍ରମଣ ଖବର ପାଇ ସେହି ଲୋକମାନେ ଏବେ ନିଜ ନିଜ ଅଞ୍ଚଳକୁ ଫେରି ଆସୁଛନ୍ତି। ତେବେ କାରୋନା ଭୁତାଣୁ ର ସଂକ୍ରମଣ କୁ ନେଇ ସେମାନେ କେତେ ସଚେତନ ଅଛନ୍ତି ଓ ପରିବାରରେ ବର୍ତ୍ତମାନ ପ୍ରରିପେକ୍ଷି ରେ କିଭଳି ଚଳପ୍ରଚଳ କରିବେ ସେ ନେଇ ସ୍ଥାନୀୟ ପ୍ରଶାସନ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବାହାର ରାଜ୍ୟ କିମ୍ବା ବାହାର ଦେଶ ରୁ ଆସୁଥିବା ଲୋକ ମାନଙ୍କୁ ପ୍ରଥମେ ପଞ୍ଜିକରଣ କରାଇବା ସହିତ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନ ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆନନ୍ଦପୁର ପୌରପରିସଦ ଓ ଆନନ୍ଦପୁର ବ୍ଳକ ରେ ମୋଟ ୧୪୪ ଜଣ ,ହାଟଡ଼ିହି ରେ ୧୨୪ ଜଣ ଏବଂ ଘଷିପୁରା ବ୍ଲକ ରେ ୧୪୮ ଜଣ ପଞ୍ଜିକୃତ କରିଛନ୍ତି। ଏହିପରି ଆନନ୍ଦପୁର ଉପଖଣ୍ଡ ର ସର୍ବମୋଟ ୪୧୬ ଜଣ ପଞ୍ଜିକୃତ ହୋଇଥିବା ଜଣାପଡିଛି। ସେମାନେ ନିଜ ଘରେ କାହା ସହିତ ନମିସି ଏକ ସ୍ୱତନ୍ତ୍ର ଗୃହରେ ଏକାକୀ ରହିବା କାହା ସହିତ ନମିଶିବା ପାଇଁ ପରାମର୍ଶ ଦିଆଯାଇଛି ଏଥି ସହିତ ଯଦି କୌଣସି ସ୍ୱାସ୍ଥ୍ୟ ଜନିତ ଅସୁବିଧା ଦେଖାଦିଏ ତେବେ ସଂଗେ ସଂଗେ ସ୍ୱାସ୍ଥ୍ୟ ବିଭାଗ କୁ ଖବର ଦେବା ସହିତ ପଞ୍ଚାୟତରେ ଥିବା ଆଇସୋଲେସନ ରୁମ ରେ ସେମାନଙ୍କୁ ରଖିବାର ବ୍ୟବସ୍ତା କରାଯାଇଛି।କରୋନା ଭୁତାଣୁ ର ସଂକ୍ରମଣ ରୁ ରକ୍ଷାପାଇବା କୁ ସଚେତନତା ଏବଂ ସଜାଗ ରହିବା ସହିତ ସାମାଜିକ ଦୂରତା ରକ୍ଷା କରିବା ଅପରିହାର୍ଯ୍ୟ ହୋଇପଡିଛି।