କରୋନା ମୁକାବିଲା କରିବା ପାଇଁ ସରକାର କରିଥିବା ନିୟମକୁ ଅବମାନନା
ରାଜଗାଙ୍ଗପୁର (ସୌମ୍ୟଜୀତ ସ୍ୱାଇଁ) ସାରା ବିଶ୍ୱରେ ଆତଙ୍କ କରିଥିବା ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି।ପ୍ରାସାଶନ ତରଫରୁ ପ୍ରତିରୋଧକ ପଦକ୍ଷେପ ନିଆଯାଇଛି।କେନ୍ଦ୍ର ସରକାର ଓ ରାଜ୍ୟ ସରକାର କଂ ପକ୍ଷରୁ କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି।ଗତ କାଲି ଠାରୁ ୨୧ ଦିନ ପର୍ଯ୍ୟନ୍ତ ପୁରା ଦେଶ ଲକ ଡାଉନ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ସରକାର କଂ ପକ୍ଷରୁ ସମସ୍ତ ନିର୍ମାଣ କାର୍ଯ୍ୟ କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି କିନ୍ତୁ ରାଜଗାଙ୍ଗପୁର ର ବାସିନ୍ଦା ସାଜନ ଅଗ୍ରୱାଲ ଗୋଶାଳା ପଡା ନିକଟରେ ରେଳ ଲାଇନ କଡ଼ରେ ଥିବା ଏକ ଜାଗାରେ ଜେ ସି ବି (JCB)ଓ ଶ୍ରମିକ ମାନଙ୍କୁ ଲଗାଇ ପାଚେରୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା।ସରକାରକଂ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରିବା ସହ ,ବିନା କାରଣରେ ଘରୁ ବାହାରିବାକୁ ମନା କରାଯାଉଥିଲେ ମଧ୍ୟ ଶ୍ରମିକ ମାନଙ୍କୁ ଲଗାଇ ନିର୍ମାଣ କାର୍ଯ୍ୟ କରିବା ଏକ ଅପରାଧ ସଦୃଶ୍ୟ ।କରୋନା ମୁକାବିଲା କରିବାକୁ ସରକାର ନେଉଥିବା ପଦକ୍ଷେପ କୁ ନମାନି ଶ୍ରୀଯୁକ୍ତ ସାଜନ ଅଗ୍ରୱାଲ ଶ୍ରମିକ ଓ ଜେସିବି ଲଗାଇ କାର୍ଯ୍ୟ କରୁଥିବାରୁ ସରକାରକଂ ନିୟମକୁ ଅବମାନନା କରିବାର ଦେଖିବାକୁ ମିଳିଛି।