ଭାରତ ଲକ୍ ଡାଉନ୍ ଯୋଗୁ ଫସିଲେ ରହିଲେ ଶ୍ରମିକ

Share on facebook Share on Twitter Share on Whatsapp Share on Linkedin

ହିଞ୍ଜିଳିକାଟୁ (ରବୀନ୍ଦ୍ର ପଟ୍ଟନାୟକ )ତାମିଲନାଡୁ ଓ କେରଳରେ ବିଭିନ୍ନ ଛୋଟ ଶିଳ୍ପ ଓ ନିର୍ମାଣ କାର୍ଯ୍ୟରେ କାମ କରୁଥିବା ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡୀ, ଦିଗପହଣ୍ଡୀ, ଶେରଗଡ, ଧରାକୋଟ, ସୋରଡା ଆଦି ବ୍ଳକର ଦୁଇ ହଜାରରୁ ଅଧିକ ଦାଦନ ଶ୍ରମିକ କୋରୋନା ଯୋଗୁଁ ସାରା ଭାରତ ଲକ୍ ଡାଉନ୍ ଘୋଷଣା ପରେ ନିଜର ଘରକୁ ଫେରି ନପାରି ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ଲକ୍ ଡାଉନ୍ ଯୋଗୁଁ ସେମାନେ କାର୍ଯ୍ୟରତ ସଂସ୍ଥାମାନଙ୍କରେ କାମ ସମ୍ପୁର୍ଣ ବନ୍ଦ ହୋଇଯିବା କାରଣରୁ ସେମାନେ ନିଜର ରୋଜଗାର ହରାଇବା ସହ ଘରକୁ ଫେରି ନପାରି ଚେନ୍ନାଇ ଓ ଏର୍ଣ୍ଣାକୁଲମ୍ ଠାରେ ଦୁଇ ଦିନ ହେଲା ଖାଦ୍ୟ ଓ ଆଶ୍ରୟ ଅଭାବରୁ ଆତଙ୍କୀତ ଅବସ୍ଥାରେ ପଡି ରହିଛନ୍ତି । ସେମାନଙ୍କ ପାଖରେ ବର୍ତମାନ ପଇସା ପତ୍ର ନାହିଁ ଏବଂ କୋରୋନା ଭୟରେ ସ୍ଥାନୀୟ ଲୋକେ ସେମାନଙ୍କୁ ସେଠାରୁ ତୁରନ୍ତ ଚାଲି ଯିବାକୁ ଚାପ ଦେଉଛନ୍ତି । ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଶ୍ରମ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସମ୍ପୄକ୍ତ ରାଜ୍ୟ ସରକାରଙ୍କ ସହ କଥା ହୋଇ ଫେରାଇ ଆଣିବାର କିମ୍ବା ଲକ୍ ଡାଉନ୍ ସରିବା ପର୍ଯ୍ୟନ୍ତ ସେଠାରେ ଖାଦ୍ୟପେୟ ଓ ଆଶ୍ରୟ ଦେବାର ବ୍ୟବସ୍ଥା କରିବାକୁ ଆମେ ଅନୁରୋଧ କରୁଛୁ ।