ହସନପୁର ଟୋଲଗେଟ୍ ର ସ୍ଥିତି ମିରିଖଣ ,,ରାସ୍ତାରେ ଯାନବାହାନ ସୁନ୍ ସାନ୍, ଟୋଲ କର୍ମଚାରୀ ଛାନିଆଁ

Share on facebook Share on Twitter Share on Whatsapp Share on Linkedin

ଆନନ୍ଦପୁର(ଉପେନ୍ଦ୍ର କୁମାର ସାହୁ):କରୋନା ଭୁତାଣୁ ର ସଂକ୍ରମଣ ରେ ରୋକ ଲଗାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାର ୨୧ ଦିନ ଧରି ସମଗ୍ର ଦେଶରେ ଲକ ଡାଉନ ରହିଥିବା ବେଳେ । ଏହି ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ଆମ୍ବୁଲାନ୍ସ କୁ ଛାଡି ସମସ୍ତ ଯାନବାହନ ମଧ୍ୟ ବନ୍ଦ କରିଦିଆଯାଇଛି। ଏଥିରେ ଜାତୀୟ ରାଜପଥ ରେ ଥିବା ଟୋଲ ଗୁଡିକୁ ମଧ୍ୟ ବନ୍ଦ କରାଯିବା ନିମନ୍ତେ ନିର୍ଦେଶ ହେଇଚି। ତେବେ ଏନେଇ କେନ୍ଦୁଝର ଜିଲ୍ଲାରେ ଥିବା ଏନେଏଚ୍ ୨୦ ନମ୍ବର ଜାତୀୟ ରାଜପଥ ଆନନ୍ଦପୁର ଉପଖଣ୍ଡ ହସନପୁର ଟୋଲ ଗେଟ୍ ରେ ରାସ୍ତା ଫାଙ୍କା ଥିବାବେଳେ ଟୋଲ କର୍ମଚାରୀ ମାନେ ଗେଟ୍ ରେ ବସି ରହି ଅଚାକନ ଭାବେ ଆସୁଥିବା ପରିବା ଗାଡି ଓ ଅନ୍ୟ ସମସ୍ୟାରେ ପଡିରହିଥିବା ଗାଡି ମାନଙ୍କ ପାଖରୁ ଟୋଲ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି , କରୋନା ମୁକାବିଲା କରିବା ପାଇଁ ଦେଶରେ ଲକ୍-ଡାଉନ୍ ଘୋଷଣା କରାଯାଇଥିବା ବେଳେ ଜରୁରୀକାଳୀନ ସେବାକୁ ସରଳ କରିବାକୁ ଟୋଲ ଫି ଆଦାୟକୁ ବନ୍ଦ କରାଯାଇଛି ,କିନ୍ତୁ ଆଜି ହାସନପୁର ଟୋଲଗେଟ ରେ ଦିନ ଗୋଟିଏ ପଯ୍ୟନ୍ତ ଟୋଲ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ,ଏଥିପ୍ରତି ଆମେ ହସନପୁର ଟୋଲ ଗେଟ୍ ମ୍ୟାନେଜର କୁ ପଚାରିଥିଲୁ ସେ କହିଥିଲେ ଉପର ଅଫିସରୁ ଖବର ଆସିଲେ ଆମେ ବନ୍ଦ କରିପାରିବୁ ବୋଲି ପ୍ରତିସୁତି ଦେଇଥିଲେ ,,