ଯକୃତ ଦାନ କରି ପିତାଙ୍କୁ ନୂତନ ଜୀବନ ଦେଇଥିବା ସୌମ୍ୟରଂଜନ ଙ୍କୁ CFT ତରଫରୁ ସମ୍ବର୍ଦ୍ଧନା

Share on facebook Share on Twitter Share on Whatsapp Share on Linkedin

ଭୁବନେଶ୍ୱର (ସ୍ୱସ୍ତିକ ବ୍ୟୁର ) (ପୁଅ ଗିରିଜା ର ହସ କୁ ବାଣ୍ଟିବାର ଏକ ଛୋଟ ପ୍ରୟାସ)... .. ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ରାଜ୍ୟର ପ୍ରଥମ ସଫଳ ଯକୃତ(ଲିଭର)ପ୍ରତିରୋପଣ ହୋଇଥିବା ଜୟନ୍ତ ବିଶ୍ଵାଳ ଙ୍କୁ ଯକୃତ ଦାନ କରି ଥିବା ପୁତ୍ର ସୌମ୍ୟରଂଜନ ଙ୍କୁ ଚଣ୍ଡୀ ପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ କରାଯାଇଅଛି।ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଂଚଳର ଜୟନ୍ତ ବିଶ୍ଵାଳ ଙ୍କର ଏକମାତ୍ର ପୁତ୍ର ସୌମ୍ୟରଂଜନ ବିଶ୍ଵାଳ।ବୟସ ମାତ୍ର ୧୯ବର୍ଷ।ସାରା ଜୀବନ ଆଗକୁ ପଡିଛି।ନିଜ ଭବିଷ୍ୟତ ନିଜ ସ୍ବପ୍ନ ସବୁକୁ ପଛରେ ପକାଇ ଦେଇ ଦୀର୍ଘଦିନ ଧରି ଯକୃତ ରୋଗରେ ପୀଡିତ ପିତା ଙ୍କୁ ନିଜ ଶରୀର ର ଯକୃତ ର କିଛି ଅଂଶ ଦାନ କରି ନୂତନ ଜୀବନ ଦାନ କରିବା ସହିତ ପିତାଙ୍କ ପାଇଁ ପଲଟିଯାଇଛି ଦେବଦୂତ।ଏହି ଅବସରରେ ଚଣ୍ଡୀ ପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସୌମ୍ୟରଂଜନ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ତାର ଭବିଷ୍ୟତ ର ସମସ୍ତ ପାଠପଢ଼ା ର ଦାୟିତ୍ୱ ବହନ କରିଛନ୍ତି ଟ୍ରଷ୍ଟର ଅଧ୍ୟକ୍ଷ୍ୟା ଶ୍ରୀମତୀ ଅମୀୟ ବାଳା ପରିଡା।ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ପରିବାର କୁ ସମସ୍ତ ଆବଶ୍ୟକୀୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯିବା ସହିତ +୩ପ୍ରଥମ ବର୍ଷ ବାଣିଜ୍ୟ ରେ ପଢ଼ୁଥିବା ସୌମ୍ୟରଂଜନ ଙ୍କୁ ୧୦୦୦୦(ଦଶହଜାର)ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି।"ସୌମ୍ୟ ଅଳ୍ପ ବୟସରେ ବଡ଼ କାମ କରିପାରିଛି।ଜୀବନରେ କେହି ପିତୃମାତୃ ଋଣ ସୁଝିପାରନ୍ତିନି।ମାତ୍ର ସେ ବାପାଙ୍କୁ ଯକୃତ ପ୍ରଦାନ କରି ସମଗ୍ର ଯୁବସମାଜ ପାଇଁ ଆଦର୍ଶ ବନି ଯାଇଛି ଏବଂ ମୁଁ ମୋ ପୁଅ ଗିରିଜାର ହସ କୁ ତାରି ଓଠରେ ଦେଖିବାକୁ ଚାହେଁ ବୋଲି ନିକଟ ଅତୀତରେ ରାସ୍ତା ଦୁର୍ଘଟଣା ରେ ଏକମାତ୍ର ପୁତ୍ର କୁ ହରାଇଥିବା ମାଆ ଶ୍ରୀମତୀ ଅମୀୟ ବାଳା ପରିଡା କହିଛନ୍ତି।