ରାଜ୍ୟରେ ଆଉ ୨ ଜଣ କରୋନା ସଂକ୍ରମିତ. ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଛୁଇଁଲା
ଭୁବନେଶ୍ୱର : ( ସ୍ୱସ୍ତିକ ବ୍ୟୁର ) ରାଜ୍ୟରେ ଆଉ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣେ କରୋନା ଆକ୍ରାନ୍ତଙ୍କ ଘର ଢେଙ୍କାନାଳ ଜିଲ୍ଲାର ହୋଇଥିବା ଅନ୍ୟ ଜଣଙ୍କ ଘର ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ଢେଙ୍କାନାଳର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣଙ୍କ ମହିଳା ବୋଲି ଜଣାପଡ଼ିଛି। ତାଙ୍କ ବୟସ ୫୧।ସେହିପରି ମେଦିନିପୁର ଅଞ୍ଚଳର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର ଘରୋଇ କ୍ଲିନିକରେ ଚିକିତ୍ସାଧୀନ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେନେଇ ତନାଘନା ଛାଲିଛି ।
ତେବେ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ୪୪ ଛୁଇଁଛି।