ଫାଶୀ ଲଗେଇ ଯୁବତୀଙ୍କ ଆତ୍ମହତ୍ୟା ; କାରଣ ଅସ୍ପଷ୍ଟ
ରାଜଗାଙ୍ଗପୁର, ( ସୌମ୍ୟଜୀତ ସ୍ୱାଇଁ) ରାଜଗାଙ୍ଗପୁର ସ୍ଥିତ ଓସିିଏଲ ଡେଲି ମାର୍କେଟ ର ଟେଲିଫୋନ ଗଳି ରେ ରହୁଥିବା ଚନ୍ଦା ଯାଦବ (୨୦) ନାମକ ଜଣେ ଯୁବତୀ ଆଜି ସକାଳେ ବେକରେ ନିଜ ଲୁଗା ଦ୍ଵାରା ଫାଶୀ ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ ଚନ୍ଦା ଙ୍କ ମାଆ ଘରେ ପୂଜା କରିବା ସମୟରେ ଯୁବତୀ ର ଶବ୍ଦ ଶୁଣି ଷ୍ଟୋର ରୁମ ଆଡ଼କୁ ଧାଇଁ ଦେଖିଥିଲେ ଯେ. ଯୁବତୀ ଟି ନିଜ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଛି । ମାମଲା ର ସୂଚନା ପୁଲିସ ପାଇଲା ପରେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସରକାରୀ ଡାକ୍ତରଖାନା କୁ ନେଇ ପରେ ସବ ଟି କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ତାଙ୍କ ବାପାଙ୍କ କିଛି ଦିନ ହେବ ସ୍ଵର୍ଗବାସ ହେଇଥିଲା ଏବଂ ଆତ୍ମହତ୍ୟା କରିଥିବା ଯୁବତୀ ମଧ୍ୟ ବହୁତ ମେଲପି ସ୍ଵଭାବ ର ଥିଲେ ବୋଲି ଜଣାପଡିଛି । ଏହି ଘଟଣା ପରେ ଅଞ୍ଚଳରେ ଶିକାର ଛାୟା ଖେଳି ଯାଇଛି ।