ମୁଖ୍ୟ ଡାକଘର ରେ ସାମାଜିକ ଦୂରତ୍ୱ ନିୟମର ଅବମାନନା
ସୁନ୍ଦରଗଡ଼ , ରାଜଗାଙ୍ଗପୁର (ସୌମ୍ୟଜିତ ସ୍ୱାଇଁ) କରୋନା ଭାଇରସ ଏକ ମହାମାରୀ ରୋଗ ପୁରା ବିଶ୍ୱ କୁ ଦୋହଲାଇ ଦେଇଛି।ସରକାର କଂ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଛି।ଏଥିରୁ ଅତ୍ୟାବଶ୍ୟକ ସାମଗ୍ରୀ କୁ ବାଦ ଦିଆଯାଇଛି।ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଓ ଘରେ ରହିବା ପାଇଁ ସରକାର କଂ ପକ୍ଷରୁ କୁହାଯାଇଛି କିନ୍ତୁ ଏହାର ବ୍ୟତିକ୍ରମ ଦେଖା ଯାଇଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ସପ୍ତାହିକ ବଜାର ପାଖରେ ଥିବା ମୁଖ୍ୟ ଡାକଘର କାର୍ଯ୍ୟାଳୟ ରେ। ଡାକ ଘର ର କର୍ତ୍ତୃପକ୍ଷଙ୍କ ତରଫରୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଠିକ ଭାବରେ ବ୍ୟବସ୍ଥା କରାଯାଇ ନ ଥିବା ଫଳରେ ଡାକଘରକୁ ଆସି ଥିବା ଜନସାଧାରଣ ମାନଙ୍କ ଦ୍ଵାରା ସାମାଜିକ ଦୁରତା ରକ୍ଷା ହୋଇପାରିନଥିଲା। ଡାକଘର ଭିତରକୁ ପଶିବା ବେଳେ କୌଣସି ସାନିଟାଇଜର ବ୍ୟବସ୍ଥା ମଧ୍ୟ କରାଯାଇନଥିଲା। ସରକାର କଂ ପକ୍ଷରୁ ସାମାଜିକ ଦୂରତା କୁ ଗୁରୁତ୍ୱ ଦେଉଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ରାଜଗାଙ୍ଗପୁର ମୁଖ୍ୟ ଡାକଘର ରେ। ଯେପରି ଲାଗୁଛି ଡାକଘର ର କର୍ତ୍ତୃପକ୍ଷ ଚିରନିଦ୍ରାରେ ଶୋଇପଡିଛନ୍ତି।