ରାଜ୍ୟରେ ଆହୁରି ୧୦୧ କରୋନା ପଜିଟିଭ ଚିହ୍ନଟ

Share on facebook Share on Twitter Share on Whatsapp Share on Linkedin

(ସ୍ୱସ୍ତିକ ବ୍ୟୁରୋ ) ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଶହେ ଛୁଇଁଲା କରୋନା ପଜିଟିଭ । ଆଜି ୧୦୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମରେ ସର୍ବାଧିକ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୩୩ ନୂଆ ଆକ୍ରାନ୍ତ, ସୁନ୍ଦରଗଡରେ ୭ ଓ କେନ୍ଦୁଝରରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ତେବେ ଗଞ୍ଜାମରେ ଆଜି ୫୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୧୦ରେ ପହଂଚିଛି ।ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି ଏବଂ ୪୧୯ ଆକ୍ଟିଭ କେସ ରହିଛି । ୧୧୬ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି ।