କାଗଜ ପତ୍ର ଥାଇ ମଧ୍ୟ ନିଜ ଜମିରେ ଘର କରିବାକୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଦା

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼,ରାଜଗାଙ୍ଗପୁର (ସୌମ୍ୟଜିତ ସ୍ୱାଇଁ) ବାଣ୍ଠୁପଡା ସ୍ଥିତ ପ୍ରୋଟୋନ ଷ୍ଟିଲ ନିକଟରେ ଥିବା ଏକ ୧୦ ଡ଼ିସିମିଲ ଜାଗାକୁ ଏମ.ଡି କୁତବୁଦିନଙ୍କ ଠାରୁ ଦୀର୍ଘ ୧୫ ବର୍ଷ ତଳେ ୨୦୦୫ ମସିହା ରୁ ଉପଯୁକ୍ତ ମୂଲ୍ୟ ଦେଇ ରେଜିଷ୍ଟ୍ରେସନ କରିଛନ୍ତି।ଜମି ମାଲିକଙ୍କ ନିକଟରେ ଜମି ସଂକ୍ରାନ୍ତୀୟ ସମସ୍ତ କାଗଜ ପତ୍ର ଥିଲେ ମଧ୍ୟ ଜମିରେ ଘର କରିବାକୁ ସକ୍ଷମ ହୋଇପାରୁନାହାଁନ୍ତି।ସ୍ଥାନୀୟ କେତେକ ଲୋକଙ୍କ ବିରୋଧ ଯୋଗୁଁ ବହୁ ଅସୁବିଧା ର ସମ୍ମୁଖିନ ହେଉଛନ୍ତି।ପ୍ରତିବର୍ଷ ୨୦୦୫ ମସିହାରୁ ଜମି ବାବଦକୁ ଖଜଣା ଦିଆଯାଉଛି।ଏତେ ସବୁ ପରେ ମଧ୍ୟ ସ୍ଥାନୀୟ ଲୋକଙ୍କ ପ୍ରାଦୁର୍ଭାବ ଯୋଗୁଁ ଜାଗା ମାଲିକ ନିଜ ଜାଗାରେ ଘର ତିଆରି କରିପାରୁନାହାଁନ୍ତି।ନିଜ ଜାଗାରେ ଘର ତିଆରି କରିବାକୁ ଗଲେ ମଧ୍ୟ କେତେକ ସ୍ଥାନୀୟ ଲୋକ ମାନେ ବିରୋଧ କରୁଛନ୍ତି।