ରାଜ୍ୟରେ ଆଉ ୮୬ କରୋନା ପଜିଟିଭ , ପୁଣି ଯାଜପୁର ଜିଲ୍ଲା ରୁ ସୁସ୍ଥ ହେଲେ ଆଉ ୧୫ କରୋନା ସଂକ୍ରମିତ , ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୨୪

Share on facebook Share on Twitter Share on Whatsapp Share on Linkedin

ଭୁବନେଶ୍ୱର (ସ୍ୱସ୍ତିକ ବ୍ୟୁରୋ ) ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ଦିନରେ ଏବେ ସୁଦ୍ଧା ଚିହ୍ନଟ ହୋଇଛନ୍ତି ୮୬ କରୋନା ରୋଗୀ l ସେପଟେ ନୂଆ ପଜିଟିଭଙ୍କ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୪କୁ ବୃଦ୍ଧି ପାଇଛି l ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଗତକାଲି ଗୋଟିଏ ଦିନରେ ୧୦୧ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୮୬ ଜଣ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ ଗଂଜାମରୁ ୪୨, ଯାଜପୁରରୁ ୧୭, ଭଦ୍ରକରୁ ୯, ଖୋର୍ଦ୍ଧାରୁ ୩ ଜଣ ସୁନ୍ଦରଗଡରୁ ୨ଜଣ ଓ କେନ୍ଦ୍ରାପଡ଼ାରୁ ୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୬ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହାଫଳରେ ଖୋର୍ଦ୍ଧାରେ ୫୩ ରେ ପହଞ୍ଚିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏମାନେ ସମସ୍ତ ସୁରତରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ଗଞ୍ଜାମରୁ ମଧ୍ୟ ୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହା ସହ ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୨ରେ ପହଞ୍ଚିଛି । ତେବେ ଏମାନେ ସମସ୍ତେ ସୁରତରୁ ଫେରିବା ପରୋ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ସେପଟେ ଭଦ୍ରକରୁ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଭଦ୍ରକରେ ସଂଖ୍ୟା ୪୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୫ ସୁରତରୁ , ୩ ଜଣ ଜଣ ପଶ୍ଚିମ ବଙ୍ଗରୁ ଏବଂ ଜଣେ କର୍ଣ୍ଣାଟକରୁ ଫେରିଥିଲେ । ଫେରିଲା ପରେ ଏମାନେ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ଯାଜପୁରରୁ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଯାଜପୁରରେ ସଂକ୍ରମିତଙ୍କ ସଂଖ୍ୟା ୮୮ରେ ପହଞ୍ଚିିଛି । ଏମାନେ ସମସ୍ତେ ପଶ୍ଚିମ ବଙ୍ଗରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ତେବେ ୨ ଜଣ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି । ଏହାସହ ସୁନ୍ଦରଗଡ଼ରେ କରୋନା ସଂଖ୍ୟା ୨୫କୁ ବୃଦ୍ଧି ପାାଇଛି । କେନ୍ଦ୍ରାପଡ଼ାରେ ଆଉ ୧୩ କରୋନା ଆକ୍ରାନ୍ତ ଚିହ୍ନଟ । ଏହାସହ କେନ୍ଦ୍ରାପଡ଼ାରେ କରୋନା ସଂଖ୍ୟା ୨୨ରେ ପହଞ୍ଚିିଛି l ସେପଟେ ଆଉ ୧୫ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୧୫୮ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ତେବେ ସୁସ୍ଥ ହୋଇଥିବା ୧୫ ଜଣ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ସମସ୍ତେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ।