କରୋନା ଯୋଦ୍ଧା ମାନଙ୍କୁ ସରକାର ଙ୍କ ପକ୍ଷପାତିତା

Share on facebook Share on Twitter Share on Whatsapp Share on Linkedin

(ସ୍ୱସ୍ତିକ ବ୍ୟୁର ) କରୋନା ପ୍ରଭାବରେ ଜର୍ଜରିତ ମନୁଷ୍ୟ ଜୀବନ।ପ୍ରଭାବିତ ସାରା ବିଶ୍ୱ।ବିଶ୍ୱର ଶ୍ରେଷ୍ଠ ପ୍ରାଣୀ ଵୋଲାଉଥିବା ମନୁଷ୍ୟ ର ଜ୍ଞାନ କୌଶଳକୁ ପ୍ରତିହତ କରି କାୟା ବିସ୍ତାର କରିବାରେ ଲାଗିଛି।ଆଧୁନିକ ସମାଜର ସଭ୍ୟ ଶିକ୍ଷିତ ମନୁଷ୍ୟ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛି।ଅଭେଦ୍ୟ ଦୁର୍ଗରୁ ମୁକୁଳିବା ପାଇଁ ରାହା ପାଉନି।ସମସ୍ତ ଶକ୍ତି କୁ ଆୟତ୍ତ କରିଥିବା ମନୁଷ୍ୟ ହାର ମାନିଛି। ଜନଜୀବନ କୁ ସୁରକ୍ଷିତ ରଖିବା ପାଇଁ ସରକାର ଯୋଜନା ପରେ ଯୋଜନା କରିବାରେ ଲାଗିଛନ୍ତି।କରୋନା ଯୋଧ୍ୟା ଭାବରେ ଅନେକଙ୍କୁ ପୁରସ୍କୃତ କଲେଣି।ନିଜ ସୁରକ୍ଷା ସହିତ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଦିନ ରାତିକୁ ଏକ କରି ଲଢେ଼ଇ କରିଥିବା ଡାକ୍ତର ,ସ୍ୱାସ୍ଥ୍ୟ କର୍ମୀ,ସରପଞ୍ଚ ଓ ପୋଲିସ ଓ ବିଭିନ୍ନ ସରକାରୀ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଭାବରେ ନାମିତ କରାଯାଇଛି।ଏହି ଯୋଦ୍ଧା ମାନଙ୍କ ର ପରିବାର ହିତ ପାଇଁ ୫୦ ଲକ୍ଷ ର ସହାୟତା ରାଶି ଘୋଷଣା କରିଛନ୍ତି।କିନ୍ତୁ ଏମାନଙ୍କ ମଧ୍ୟରେ ସମସ୍ତଙ୍କୁ ଏ ପ୍ରୋତ୍ସାହନ ରାଶି ମିଳି ପାରିବ ନାହିଁ ।କାହିଁକି?ସରକାର କଂ ଏହି ପକ୍ଷପାତିତା ନୀତିକୁ ବୁଝିବା କଷ୍ଟକର।ଏହି ଭଳି ସମ୍ବେଦନଶୀଳ ପରିସ୍ଥିତି କୁ ସାମ୍ନା କରିବା ପାଇଁ ପ୍ରାୟ ଅଧିକାଂଶ ସରକାରୀ କର୍ମଚାରୀ ତଥା ବିଡ଼ିଓ,ପୋଲିସ ,ଶିକ୍ଷକ , ପୋୖରପାଳିକା ର ସମସ୍ତ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଛି।କିନ୍ତୁ ସହାୟତା ରାଶି ମିଳିବ ନାହିଁ ସମସ୍ତଙ୍କୁ ।ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନେ କରୋନା ଯୁଦ୍ଧ ରେ ପ୍ରାଣ ତ୍ୟାଗ କଲେ ସେମାନଙ୍କ ପରିବାର କୁ ସରକାର ଙ୍କ ତରଫରୁ ୫୦ ଲକ୍ଷ ର ଜୀବନ ବୀମା ରାଶି ଘୋଷଣା କରାଯାଇଛି ସେହିପରି ସରପଞ୍ଚ ମାନଙ୍କ ପାଇଁ ମଧ୍ୟ ଜୀବନ ବୀମା ରାଶି ୫୦ ଲକ୍ଷ ରାଶି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି।ଅନ୍ୟ ସରକାରୀ କର୍ମଚାରୀ ମାନଙ୍କ ର କରୋନା ଯୁଦ୍ଧ ରେ କୌଣସି ପ୍ରକାରର କ୍ଷତି ହେଲେ ତାଙ୍କ ପରିବାର କଣ ପାଇବେ ଓ ତାଙ୍କ ପରିବାର କଥା ବୁଝିବ କିଏ । କାରଣ ଅସ୍ପଷ୍ଟ?ଏ କେଉଁ ପ୍ରକାର ସରକାର ଙ୍କ ର ପାତର ଅନ୍ତର ନିୟମ।