ବଣେଇଁରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ, ଭୟ ନକରିବା ପାଇଁ କହିଲେ ଉପଜିଲ୍ଲାପାଳ

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼ ବଣାଇ , ( ପ୍ରଜ୍ଞା ପ୍ରିୟଦର୍ଶିନୀ ଧଳ ) ସୁନ୍ଦରଗଡ ଜିଲ୍ଲା ବଣେଇଁ ଏକ ଗ୍ରାମାଞ୍ଚଳ ଅଞ୍ଚଳ ହୋଇଥିବା ହେତୁ ସରକାରଙ୍କ ନୀତି ନିୟମ ଅନୁଯାୟୀ ସମସ୍ତ ଦୋକାନ ବଜାର ସକାଳ ୭ଟା ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଖୋଲା ହେଉଥିବାବେଳେ ଆଜିର କରୋନା ପଜିଟିଭ ବଣେଇଁ ର ସମଗ୍ର ଅଞ୍ଚଳକୁ ବ୍ୟଗ୍ର କରି ପକାଇଛି। ପ୍ରବାସୀ ଓଡ଼ିଆ ଏବେ ସାରା ରାଜ୍ୟକୁ ଘର ବାହୁଡା ହେଉଥିବା ବେଳେ ବଣେଇଁ ଅଞ୍ଚଳରେ କ୍ବାରେଣ୍ଟାଇନ ଭାବେ କୋଇଡ଼ା ରେ ୬୫ , ଲହୁଣୀପଡ଼ା ରେ ୪୩ , ଗୁରୁଣ୍ଡିଆ ରେ ୨୧ ଏବଂ ବଣେଇଁ ରେ ୨୭ ଜଣ ଅଞ୍ଚଳରେ ରହୁଥିବା ବେଳେ ବଣେଇଁ କ୍ୱରେଣ୍ଟାଇନ ର ଜଣେ ୩୪ ବର୍ଷୀୟ ଯୁବକଙ୍କ ରକ୍ତ ନମୁନାରୁ ପଜିଟିଭ ଥିବା ସୂଚନା ଆସିବା ପରେ ବଣେଇଁ ପ୍ରଶାସନ ପକ୍ଷରୁ ତାଙ୍କୁ ରାଉରକେଲା କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତରିତ କରିବା ସହିତ ବଣେଇ ଆର ଡ଼ି ଡ଼ି କ୍ବାରେଣ୍ଟାଇନ ସେଣ୍ଟର ଅଞ୍ଚଳକୁ ସମ୍ପୂର୍ଣ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା କରିଛନ୍ତି ବଣେଇଁ ଉପଜିଲ୍ଲାପାଳ । ଉକ୍ତ ବ୍ୟକ୍ତି ନିକଟରେ ଗୁଜୁରାଟ ରୁ ଫେରିଥିବା ସୂଚନା ଦେବାସହ ପଜିଟିଭ ଥିବା ବ୍ୟକ୍ତି କ୍ବାରେଣ୍ଟାଇନ ସେଣ୍ଟର ରେ ମିସିଥିବା ଅନ୍ୟ ୭ ଜଣଙ୍କୁ ମଧ୍ୟ ରାଉରକେଲା କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରିଥିବା ମିଳିଛି ସୂଚନା । ତେବେ କ୍ବାରେଣ୍ଟାଇନ ସେଣ୍ଟର ରେ ଏହି ପଜିଟିଭ ହୋଇଥିବାରୁ ବଣେଇ ବାସୀଙ୍କୁ ବ୍ୟସ୍ତ ନହେବା ପାଇଁ ଉପଜିଲ୍ଲାପାଳ କହିବା ସହିତ ଦୂରତା ବଜାୟ ରଖିବା,ସାନିଟାଇଜର ବ୍ୟବହାର କରିବା ଓ ମାକ୍ସ ବ୍ୟବହାର କରିବା ପାଇଁ ନିବେଦନ କରିଛନ୍ତିl