କରୋନା ଭୟରେ ମୁହଁ ଛପା ଦେଉଛନ୍ତି ଜନପ୍ରତିନିଧି
( ସ୍ୱସ୍ତିକ ବ୍ୟୁର ) କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି।ଏହାକୁ ପ୍ରତିହତ କରିବା ପାଇଁ ସମଗ୍ର ମାନବ ସମାଜ ବ୍ୟସ୍ତ ବିବ୍ରତ । ସରକାର ଙ୍କ ଯୋଜନା ଲକଡାଉନ ଘୋଷଣା। ଗୃହ ବନ୍ଦୀ ଜୀବନ ।ଏ ସବୁକୁ ପଛରେ ପକାଇ କରୋନା ମାଡି ଚାଲିଛି ବିରଦର୍ପରେ । ସତେକି ଜଣେ ସାହାସି ଯୋଦ୍ଧା ।ବିଶ୍ୱ ମୁଣ୍ଡ ନୁଆଁଇଛି ,ନିଦ ହଜିଯାଇଛି ପ୍ରଶାସକ ମାନଙ୍କ ର ।ରାଜ୍ୟର ସୁପରିଚାଳନା ଓ ଶୃଙ୍ଖଳିତ ଶାସନ ପାଇଁ ରାଜ୍ୟ ସରକାର 5T ଲାଗୁକରିଥିଲେ।ଏହି କାର୍ଯ୍ୟକ୍ରମ ଟିକୁ ସଫଳ କରିବା ପାଇଁ ସଚିବ ମାନଙ୍କ ଅଚାନକ ଗସ୍ତ ସରକାରୀ କର୍ମଚାରୀ ଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲା।ସଚିବ ଅଚାନକ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗସ୍ତ କରି ବିଭିନ୍ନ ପ୍ରକାରର ସମସ୍ୟା କଥା ବୁଝୁଥିଲେ।5T ନିୟମ ଆସିବା ପର ଠାରୁ ନେତା ମନ୍ତ୍ରୀ ମାନେ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବିଭିନ୍ନ ସରକାରୀ ଅଫିସ ପରିଦର୍ଶନ କରି ପ୍ରତିରୋଧ ମୂଳକ ପଦକ୍ଷେପ ନେଉଥିଲେ ।କିନ୍ତୁ ଏ ପ୍ରକାରର ଘଡି ସନ୍ଧି ମୁହୂର୍ତ୍ତରେ ସରକାର ବିଭିନ୍ନ ପ୍ରକାରର ପ୍ରତିରୋଧ ମୁଳକ ପଦକ୍ଷେପ ନେଉଛନ୍ତି।ପ୍ରବାସୀ ଓଡ଼ିଆ ଓ ଅନ୍ୟ ଜାଗା ମାନଙ୍କ ରୁ ଆସିଥିବା ଜନସାଧାରଣ ମାନେ ରହିବା ପାଇଁ ସବୁ ପଞ୍ଚାୟତ ଓ ସହରର ମାନଙ୍କ ରେ ସରକାର ମାଗଣା କ୍ୱାରେଣ୍ଟାଇନ ଗୃହ ଖୋଲାହୋଇଛି।କିନ୍ତୁ ଏହା କେବଳ ପ୍ରଶାସନିକ ଅଧିକାରୀ ଅଧୀନରେ ଚାଲିଛି କ୍ୱାରେଣ୍ଟାଇନ ଗୃହ କୁ ଜନପ୍ରତିନିଧି ମାନଙ୍କ ଦେଖାନାହିଁ।5T ନିୟମ ବେଳକୁ ରାତି ଅଧରେ ଜନପ୍ରତିନିଧି ମାନେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଚାନକ ଯାଞ୍ଚ କରିବାକୁ ଯାଉଥିବା ବେଳେ ।ଏବେ କେବଳ ପ୍ରଶାସନିକ ଅଧିକାର ଙ୍କ ଉପରେ ଦାଇତ୍ଵ ଛାଡିଦେଇଛନ୍ତି ।ସତେ ଯେ ପରି ଜନପ୍ରତିନିଧି ମାନେ ଘୁମେଇ ପଡିଛନ୍ତି।ଏ କେଉଁ ପ୍ରକାର ର ସରକାର ଙ୍କ ର 5ଟି ନିୟମ