ପ୍ରେମିଯୁଗଳ ଙ୍କ ଝୁଲନ୍ତା ଶବ ଉଦ୍ଧାର

Share on facebook Share on Twitter Share on Whatsapp Share on Linkedin

କଳାହାଣ୍ଡି କର୍ଲାମୁଣ୍ଡା ( ପବିତ୍ର ସାହୁ ) ବିଶ୍ଵମହାମାରି କରୋନା ର ଆତଙ୍କ ରେ ସମଗ୍ର ବିଶ୍ବ ଆତଙ୍କିତ । ଏହି ସମୟରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ପୌରକେଲା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା।ଏକ ମହୁଲ ଗଛରୁ ଉଦ୍ଧାର ହୋଇଛି ପ୍ରେମିଯୁଗଲ ଙ୍କ ମୃତ ଶବ।ଆଜି ସକାଳ ସମୟ ରେ କିଛି ଗ୍ରାମବାସୀ ଏହି ପ୍ରେମୀ ଯୁଗଳ ର ଶବ ଝୁଲୁଥିବା ଅବସ୍ଥା ରେ ଦେଖିବାକୁ ପାଇଥିଲେ।ପ୍ରେମିଯୁଗଲ ପୌରକେଳା ଗ୍ରାମର ନବୀନ ଦଣ୍ଡସେନା ଓ ଝିଅ ଦିପା କହର ବୋଲି ଜଣାପଡିଛି।ଉଭୟଙ୍କ ବହୁ ଦିନରୁ ପ୍ରେମସଂପର୍କ ଥିବା ଜଣା ପଡିଛି। ହେଲେ କାହିଁକି ଓ କେଉଁ ପରିସ୍ଥିତିରେ ଏହି ପ୍ରେମୀ ଯୁଗଳ ଏଭଳି ଆତ୍ମହତ୍ୟା ଭଳି କଠୋର ନିଷ୍ପତି ନେଲେ ତାହା ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣା ସ୍ଥଳରେ କେସିଙ୍ଗା sdpo ଗୁପ୍ତେଶ୍ୱର ଭୋଇ, ମ.ରାମପୁର ଥାନାଧିକାରୀ ଓ ରିଶୀଡ଼ା ଫାଣ୍ଡି ଅଧିକାରୀ ଲବରାମ୍ ଛତ୍ରିଆ ,ସ୍ଥାନୀୟ ତହସିଲଦାର ବସନ୍ତି ସେଠି ଉପସ୍ଥିତ ରହି ଶବ ଦ୍ବୟ କୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିବା ଜଣା ପଡିଛି। ଏହା ଏକ ଆତ୍ମହତ୍ୟା ନା ହତ୍ୟା ତାହା ସନ୍ଦେହ ଘେରରେ ରହିଛି । ବର୍ତ୍ତମାନ ପୋଲିସ ବିଭାଗ ତରଫ ରୁ ଛାନ ଭୀନ ଜାରି ରହିଛି।