ପୁଣି ୪୮ କରୋନା ପଜିଟିଭ୍ ଚିହ୍ନଟ , ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬

Share on facebook Share on Twitter Share on Whatsapp Share on Linkedin

ଭୁବନେଶ୍ୱର ( ସ୍ୱସ୍ତିକ ବ୍ୟୁର ) ରାଜ୍ୟରେ ୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ -୬, ଗଞ୍ଜାମ-୧୫ଜଣ, ଖୋର୍ଦ୍ଧା-୧, କଟକ-୧, ବୌଦ୍ଧ ୧, ବଲାଙ୍ଗୀର ୨, ନୟାଗଡ଼ ୩, କନ୍ଧମାଳ ୨, ପୁରୀ ୪, ଯାଜପୁରରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି । ୩ ଜଣ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ।ପ୍ରଥମ ଥର ପାଇଁ କରୋନା ଜେଲକୁ ବ୍ୟାପିଛି । କନ୍ଧମାଳ ଜିଲ୍ଲାରୁ ଆଜି ପ୍ରଥମ ଥର ପାଇଁ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି l ଆଜି ଚିହ୍ନଟ ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ । ଏବଂ ଅନ୍ୟ ଜଣକ ଜେଲରୁ ଚିହ୍ନଟ ହୋଇଛନ୍ତି l ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ ହୋଇଥିବା ବେଳେ ୬୫୨ଟି ସକ୍ରିୟ ମାମଲା ରହିଛି । ଆଜି ସୁଦ୍ଧା ମୋଟ୍ ୨୩ ଜିଲ୍ଲାକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି