ସୁସ୍ଥ ହେଲେ ଆଉ ୫୭ ଆକ୍ରାନ୍ତ, କରୋନା ମୁକ୍ତ ହେଲା ଭୁବନେଶ୍ୱର ଓ ଜଗତସିଂହପୁର

Share on facebook Share on Twitter Share on Whatsapp Share on Linkedin

ରାଜ୍ୟରେ ସୁସ୍ଥ ହେଲେ ୫୭ଜଣ କରୋନା ଆକ୍ରାନ୍ତ । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର୪୦ଜଣ, ଜଗତସିଂହପୁରର ୫ଜଣ, ମୟୂରଭଞ୍ଜର ୪ଜଣ, ଭୁବନେଶ୍ୱରର ୩ଜଣ, ବଲଙ୍ଗୀରର ୨ଜଣ ହୋଇଥିବା ବେଳେ ସୁନ୍ଦରଗଡ଼, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଁଏ ଆକାନ୍ତ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୨୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୫୯୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଏହାପୂର୍ବରୁ ସୋମବାର ଦିନ ସକାଳେ ରାଜ୍ୟରେ ୪୮ଜଣ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । କିନ୍ତୁ ଆଜି ୫୭ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୨୭୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।