ରାଜ୍ୟରେ ୫ ଜିଲ୍ଲାରେ ଅଧିକ ପଡ଼ିବ ‘ଅମ୍ଫାନ’ର ପ୍ରଭାବ

Share on facebook Share on Twitter Share on Whatsapp Share on Linkedin

ଭୁବନେଶ୍ୱର ( ସ୍ୱସ୍ତିକ ବ୍ୟୁର ) ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ଅମ୍ଫାନ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । କାରଣ ଅମ୍ଫାନ୍ ଏହି ସମୟରେ ଅଧିକ ଶକ୍ତିଶାଳୀ ହୋଇ ସମୁଦ୍ର ମଧ୍ୟରେ ଆଗେଇବ । ସ୍ଥଳ ଭାଗକୁ ଛୁଇଁଲା ବେଳକୁ ନେବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ । ପୂର୍ବାନୁମାନ ଅନୁସାରେ ଆସନ୍ତା ୬ ଘଂଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ସମୁଦ୍ର ଭିତରେ ଏବେ ଘଂଟାକୁ ୮ କିଲୋମିଟର ବେଗରେ ଉତର, ଉତର- ପୂର୍ବ ମୁହାଁ ହୋଇ ମାଡି ଆସୁଛି । ଏହି ଭୀଷଣ ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ମଧ୍ୟ ଶକ୍ତିଶାଳୀ ରହିଥିବ । ଯାହା କି ଚିନ୍ତାର କାରଣ ହୋଇଛି । କାରଣ ସ୍ଥଳ ଭାଗ ଛୁଇଁଲା ବେଳକୁ ଏହି ସମୟରେ ପବନର ବେଗ ଘଂଟାପ୍ରତି ୧୪୫ରୁ ୧୫୫ କିମି ରହିବ । ସର୍ବାଧିକ ୧୭୦ କିଲୋମିଟର ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସ୍ଥଳ ଭାଗ ଛୁଇଁଲା ବେଳକୁ ଓଡିଶାର ଗଂଜାମ, ପୁରୀ, ଖୋର୍ଧା ଉପକୂଳରେ ପବନର ବେଗ ପ୍ରାୟ ୭୫ କିମି ରହିଥିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅମ୍ଫାନ ପ୍ରଭାବରେ ରାଜ୍ୟର ୫ ଜିଲ୍ଲା ଉପରେ ପଡିବ ପ୍ରଭାବ । କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଆଜି ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଚି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ।