ସୁନ୍ଦରବନରେ ଲ୍ୟାଣ୍ଡଫଲ ବେଳେ ନେବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ

Share on facebook Share on Twitter Share on Whatsapp Share on Linkedin

ଭୁବନେଶ୍ୱର ( ସ୍ୱସ୍ତିକ ବ୍ୟୁରୋ ) ସୁନ୍ଦରବନ ପାଖରେ ଲ୍ୟାଣ୍ଡ ଫଲ୍ ହେବ ବାତ୍ୟା ଅର୍ଫାନ । ସେହି ସମୟରେ ପବନର ବେଗ ସର୍ବାଧିକ ୧୮୫ କିମି ରହିବ ।୧୯ ତାରିଖ ଠାରି ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଲାଗି ରହିବ l ୬ ଜିଲ୍ଲାରେ କଣ ସବୁ କ୍ଷତି ହେବ ତାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୦ତାରିଖରେ ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକ ମୟୁରଭଂଜରେ ପ୍ରବଳ ବର୍ଷା ହେବ ।୧୯ ତାରିଖରେ ୫୫ରୁ ୬୫ କିମି ବେଗରେ ଦକ୍ଷିଣ ଉପକୂଳରେ ପବନ ହେବ । ପରେ ଉତ୍ତର ଓଡିଶାରେ ବଢିବ । ୨୦ ତାରିଖ ସକାଳେ ଏହି ୫ ଜିଲ୍ଲାର ସକାଳ ସମୟରେ ୧୧୦ରୁ ୧୨୦ କିମି ସର୍ବାଧିକ ବେଗରେ ପବନ ହେବାର ସମ୍ଭାବନା ରହିଛି । କଟକ ପୁରୀ ଖୋର୍ଦ୍ଦାରେ ୫୫ରୁ ୬୫ ବେଗରେ ପବନ ହେବ । ଏହା ସହ ପ୍ରବଳ ବର୍ଷା ହେବ । ୨୦ ତାରିଖ ଯାଏଁ ମତ୍ସଜୀବୀ ସମୁଦ୍ରକୁ ବାରଣ କରାଯାଇଛି ା ପୁରୀ ଓ ଗୋପାଳପୁର ବନ୍ଦର ୱାର୍ଣିଂ ୩ ନଂବର ବିପଦ ସଂକେତ ଓ ଧାମରା ପାରାଦ୍ବୀପରେ ୪ ନଂବର ବିପଦ ସଂକେତ ଦିଆଯାଇଛି । ଅଧିକ କ୍ଷତିଗ୍ରସ୍ତ ଜଗତସିଂପୁର କେନ୍ଦ୍ରାପଡା ଭଦ୍ରକ ବାଲେଶ୍ବର ମଂୟୁରଭଂଜରେ ହେବାର ସମ୍ଭାବନା ରହିଛି..