ଜାରିଙ୍ଗ ଜଙ୍ଗଲ ଠାରେ ୨ ବର୍ଷର ଶିଶୁ ର ମୃତଦେହ ଉଦ୍ଧାର

Share on facebook Share on Twitter Share on Whatsapp Share on Linkedin

କଳାହାଣ୍ଡି ( ମୋହନ ସାଗର ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ୨୬ ନମ୍ବର୍ ଜାତୀୟ ରାଜପଥ ଜାରିଙ୍ଗ ଛକ ଠାରେ ଏକ ଦୁଇ ବର୍ଷର କୋମଳ ମତି ଶିଶୁ ଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି , ମୃତ କୋମଳ ମତି ଶିଶୁ କୁ ନିଜ ବାପା ହତ୍ୟା କରି ଏକ ବ୍ୟାଗ ଭିତରେ ଭର୍ତ୍ତି କରି ଜଗଂଲ ଭିତରେ ଫୋପାଡି ଦେଇଥିଲେ। ଖବର ପାଇ ଜୁନାଗଡ ଥାନା ଅଧିକାରୀ ଉତମ୍ କୁମାର ସାହୁ ଘଟଣା ସ୍ଥଳକୁ ପହଞ୍ଚି ମୃତ ଶିଶୁ କୁ ଉଦ୍ଧାର କରି ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି, ମୃତକ ଶିଶୁଙ୍କ ଗ୍ରାମ ସଦର ଥାନା ଅନ୍ତର୍ଗତ ତିଳଯୋଡି ଗ୍ରାମ ବୋଲି ଜଣାପଡିଛି। ଏହି କୋମଳ ମତି ଶିଶୁ କୁ କାହିଁକି ହତ୍ୟା କଲେ ନିଜ ବାପା, ଏହି ହତ୍ୟା ପଛରେ ଆଉ କଣ ରହସ୍ୟ ରହିପାରେ କି, ନାଁ ନିଜ ମସ୍ତିଷ୍କ ବିକୃତି ଯୋଗୁଁ ଏ ପ୍ରକାର କରିଥାଇ ପାରନ୍ତି ଏ ସବୁ ତଦନ୍ତ। ଜୁନାଗଡ ପୋଲିସ ପାଇଁ ବଡ ଚାଲେଞ୍ଜ୍ କି ପ୍ରକାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଵେ, ତାହା ଦେଖିବାକୁ ବାକି ରହିଲା ।