କେନ୍ଦୁଝର ଜିଲ୍ଲାଟ୍ରକମାଲିକ ସଂଘର ବେନିୟମ କାଯ୍ୟକୁ ଶକ୍ତ ଝଟକା,

Share on facebook Share on Twitter Share on Whatsapp Share on Linkedin

ଆନନ୍ଦପୁର(ଉପେନ୍ଦ୍ର କୁମାର ସାହୁ): କେନ୍ଦୁଝର ଜିଲ୍ଲା ଟ୍ରକମାଲିକ ସଂଘରେ ଚାଲୁଥିବା ବେଆଇନ ଆର୍ଥିକ କାରବାରକୁ ଆଜି କେନ୍ଦୁଝର ସ୍ଥିତ ୟୁନାଇଟେଡ଼ ବ୍ୟାଙ୍କଅଫ ଇଣ୍ଡିଆ ଶାଖା ତରଫରୁ ଶକ୍ତ ଧକ୍କା ଲାଗିଛି ,ଆଜି ୨୧/୦୫/୨୦୨୦ ତାରିଖରେ ବ୍ୟାଙ୍କ ତରଫରୁ କେନ୍ଦୁଝର ଟ୍ରକମାଲିକ ସଂଘର ସଭାପତି ଓ ସାଧାରଣ ସଂପାଦକ ଓ କେଷାଧକ୍ଷଙ୍କୁ ଚିଠିନଂ ୭/୨୦୨୦-୨୧ ଦ୍ବାରା ସଂଘର ଆକାଉଣ୍ଟ ଉଠାଣ ବନ୍ଦ କରାଯାଇଛି ,ବ୍ୟାଙ୍କ ଠାରୁ ପ୍ରକାଶଯେ ଉପବିଧି ଧାରା ୬,୮ ଓ ୧୬ ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ସମସ୍ତ ଉଠାଣର ସମସ୍ତ ଦାୟିତ୍ୱ କୋସାଧକ୍ଷ ଓ ସାଧାରଣ ସମ୍ପାଦକଙ୍କ ଉପରେ ନ୍ୟସ୍ତ କରାଯାଇଛି ,ତେଣୁ ବ୍ୟାଙ୍କର ଉପଯୁକ୍ତ ଅଧିକାରୀ ଆକାଉଣ୍ଟର ସମସ୍ତ ଉଠାଣକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ଓ ପରର୍ବତୀ ସମୟ ପାଇଁ ସଂଘ ଦ୍ବାରା ଉପବିଧି ଅନୁସାରେ ଏକ ନୂତନ ରିଜୋଲୁସନ ପ୍ରଦାନ କରାଗଲେ ଆକାଉଣ୍ଟ ପୁନର୍ବାର ଉଠାଣ କରାଯାଇ ପାରିବ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରୁଦ୍ରନାରାୟଣ ମିଶ୍ରଙ୍କ ଠାରୁ ପ୍ରକାଶଯେ ସଂଘର ସଭ୍ୟ ମାନଙ୍କ ଦ୍ଵାରା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ଗତ ୪/୫ ମାସ ହେଲା ସଂଘର ଆୟ ଓ ବ୍ୟୟର କୌଣସି ନଥିପତ୍ର ଦୈନିକ ଗାଡିମାନଙ୍କ ଠାରୁ ଆଦାୟ ହେଉଥିବା ଅର୍ଥ ତାଙ୍କ ଠାରେ ଜମା ଦିଆଯାଇନାହିଁ ,ସଭାପତି ଓ ସମ୍ପାଦକ ଦ୍ବାରା ସଂଘରେ ଗୋଷ୍ଟି ରାଜନୀତି କରାଯାଉଛି , କିଛି କର୍ମକର୍ତ୍ତାକୁ ସଂଘର କାଯ୍ୟକ୍ରମରୁ ବାଦ ଦିଆଯାଉଛି ,ମାଲିକ ମାନଙ୍କ ଦ୍ୱାରା ଦିଆଯାଇଥିବା ଅର୍ଥକୁ ସଭାପତି ଓ ସମ୍ପାଦକ ନିଜ କ୍ଷମତା ରୁ ବାହାରକୁ ଯାଇ ମନଇଛା କାରବାର କରୁଛନ୍ତୁ ,ଯେଉଁଥିରୁ ଦୁର୍ନୀତି ର ଗନ୍ଧ ବାରି ହୋଇପଡୁଛି ,କୋଷାଧ୍ୟକ୍ଷ ଙ୍କ ଅଗୋଚର ରେ ଆର୍ଥିକ କାରବାର ହୋଇଥିଲେ ସେଥିପାଇଁ ସମ୍ପାଦକ ଦାୟୀ ରହିବେ ବୋଲି ଶ୍ରୀ ରୁଦ୍ରନାରାୟଣ ମିଶ୍ର ପ୍ରକାଶ କରୁଛନ୍ତି , ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ସଂଘର କାଯ୍ୟକାରୀଣି ବୈଠକ ହୋଇ ସଂଘର ସମସ୍ତ କାରବାର ଓ କଯ୍ୟପନ୍ଥା ଆଲୋଚନା କରିବାପାଇଁ ଉପବିଧିରେ ଉଲ୍ଲେଖଥିଲେ ମଧ୍ୟ ସଭାପତି ସଙ୍ଘର ବୈଠକ ଦୀର୍ଘଦିନ ହେବ ଡାକୁନାହାନ୍ତି ,ପ୍ରାୟ ୫ ବର୍ଷହେବ ସଂଘର ବାର୍ଷିକ ସାଧାରଣ ବୈଠକ ହୋଇନାହିଁ ,ତେଣୁ ଲକ୍ ଡାଉନ ପରେ ଯଥାଶୀଘ୍ର ସଂଘର କାଯ୍ୟକାରୀଣି ବୈଠକ ଡକାଯାଇ ସଂଘରେ ଚାଲିଥିବା ବେନିୟମ କାଯ୍ୟକଳାପକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେବା ଓ ବାର୍ଷିକ ସାଧାରଣ ସଭା କରାଯାଇ ସମସ୍ତ ସଭ୍ୟଙ୍କ ସମ୍ମୁଖରେ ସଂଘର ଆଭିମୁଖ୍ୟ ଓ କାଯ୍ୟକଳାପର ବିବରଣି ଉପସ୍ଥାପନା କରିବାପାଇଁ ସଂଘର ଉପସଭାପତି ଶ୍ରୀ ପଦ୍ମଲୋଚନ ସାହୁ ଓ ରାମଚନ୍ଦ୍ରପୁର ଜୋନ୍ ର କାଯ୍ୟକାରିଣୀ ସଭ୍ୟ ଶ୍ରୀ ରଞ୍ଜନ କୁମାର ବିଶ୍ବାଳ ଦାବି କରିଛନ୍ତି , କେଉଁ ସ୍ୱାର୍ଥରେ କେନ୍ଦୁଝର ଜିଲ୍ଲାଟ୍ରକ ମାଲିକ ସଂଘର ଅଭିଜ୍ଞ ସଭାପତି ସଂଘର ଉପବିଧି କୁ ଅମାନ୍ୟ କରି ଚେକ୍ ରେ ଦସ୍ତଖତ କରି ବେନିୟମ କାଯ୍ୟ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୁଷ୍ଟି କରିଛି ,,