ସ୍ବସ୍ତିକ ଟିଭିର ପ୍ରଭାବରେ ଗ୍ରାମବାସୀ ପାଇଲେ ନଳକୂପର ପାନୀୟ ଜଳ
କୋରାପୁଟ ବୈପାରିଗୁଡା ( ବିକ୍ରାନ୍ତ କୁମାର ବେବର୍ତ୍ତା ),
ବୈପାରିଗୁଡା ବ୍ଲକ ଦଶମନ୍ତପୁର ଗ୍ରାମପଞ୍ଚାୟତର କେଲୁଗୁଡା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ଏକ ନ୍ୟୁଜ ପ୍ରକାଶ ପରେ ପ୍ରଶାସନ ତରଫରୁ ସେହି ଗ୍ରାମରେ ଏକ ନଳକୂପ ନିର୍ମାଣ କରାଯାଇ ଥିବାର ଜଣାପଡିଛି !୧୨ ତାରିଖ ଦିନ ସ୍ବସ୍ତିକ ଟିଭିରେ (ଚୁଆ ଜଳରେ ନିର୍ଭରଶୀଳ ୮୦ ପରିବାର ସଦସ୍ୟ,ଗାଁ ରେ ଏପର୍ଯ୍ୟନ୍ତ ନଳକୂପ ଟି ଏ ନାହିଁ , ପ୍ରଶାସନ ସାହାର୍ଯ୍ୟ ପାଇବେ ଆଶା ରେ ଗ୍ରାମବାସୀ ) ଏହି ଖବର ପ୍ରକାଶ ପାଇବା ପରେ ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି ସାଙ୍ଗେ ସାଙ୍ଗେ କେଲୁଗୁଡା ଗ୍ରାମକୁ ଯାଇ ପାନୀୟଜଳର ସମସ୍ୟା ଦେଖି ବ୍ଲକ ଜଳଯୋଗାଣ JE ଙ୍କୁ କେଲୁଗୁଡା ଗ୍ରାମକୁ ପଠାଇ ଗ୍ରାମବାସୀଙ୍କ ନିମନ୍ତେ ଏକ ନଳକୂପ ତିଆରି କରିଥିବାର ଦେଖିବାକୁ ମିଳିଛି !ଗ୍ରାମବାସୀ କିପରି ଚୁଆ ଜଳ ନେଇ ପାନୀୟଜଳ ଭାବେ ବ୍ୟବହାର କରୁଥିବା ନେଇ ଆମ ପ୍ରତିନିଥି ବିକ୍ରାନ୍ତ କୁମାର ବେବର୍ତ୍ତା ସ୍ବସ୍ତିକ ଟିଭି ମାଧ୍ୟମରେ ପ୍ରଶାସନକୁ ଜଣାଇଥିବାରୁ ପ୍ରଶାସନ ଓ ସ୍ବସ୍ତିକ ଟିଭିକୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି !