ବଡଛତ୍ରଙ୍ଗ ଠାରେ ବନମହୋତ୍ସବ ପାଳିତ
କଳାହାଣ୍ଡି ( ମୋହନ ସାଗର ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଦକ୍ଷିଣ ବନଖଣ୍ଡ ଆନୁକୂଲ୍ୟରେ ମଂଗଲ ବାର ଦିନ ବଡଛତ୍ରଙ୍ଗ ଗ୍ରାମର ବିଡବାହାଲି ଜଗଂଲ ଠାରେ ବନମହୋତ୍ସବ ପାଳିତ ହୋଇଯାଇଛି ।
ସାମାଜିକ ଦୂରତା ବଜାୟ ରଖାଯାଇ କାର୍ଯ୍ୟକ୍ରମ uପରିଚାଳନା କରାଯାଇଥିଲା, ଜୟପାଟଣା ବନଖଣ୍ଡ ରେଞ୍ଜର ନବୀନ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ବିରିକୋଟ ସରପଞ୍ଚ ନାବିଦତ୍ୟ ମାଝୀ, ବେଣାଖମାର ବନ ବିଭାଗର ଫରେଷ୍ଟର ସଇଲେନ୍ଦ୍ରି ବାଗ, ମହୁଲପାଟଣା ଫରେଷ୍ଟ ଗାର୍ଡ ଚିନ୍ମୟ ଦାସ, ଉଛଲା ଫରେଷ୍ଟ ଗାର୍ଡ ରଜନୀ କାନ୍ତ ମେହେର, ବେଣାଖମାର ଫରେଷ୍ଟ ଗାର୍ଡ ବିଶିକେଶନ କରୁଣା, କୁକୁଡି ଫରେଷ୍ଟ ଗାର୍ଡ ରଞ୍ଜିତା ଖାଡିଆ ପ୍ରମୁଖ ଯୋଗଦେଇଥିଲେ, ପରେ ଅତିଥି ଓ ଗ୍ରାମ ବାସୀଙ୍କ ଦ୍ୱାରା ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା, ଏହି ଚାରା ରୋପଣ କାର୍ଯ୍ୟକ୍ରମ କୁ ପଞ୍ଚାୟତ ବାସୀ ପ୍ରଶଂସା କରୁଥିବା ଜଣାପଡିଛି ।