ପୋଖରୀରେ ବୁଡି ଯୁବକର ମୃତ୍ୟୁ
ଗଞ୍ଜାମ : କୁକୁଡ଼ାଖଣ୍ଡି (ମୋନଜ ପାତ୍ର ) : ସଦରଥାନା ଅନ୍ତର୍ଗତ ଭାବିନୀପୁର ଗ୍ରାମର ପୋଖରୀରେ ବୁଡି ଯୁବକର ମୃତ୍ୟୁ ପୋଖରୀରେ ବୁଡିଯାଇ ଯୁବକ ମୃତ। ମୃତକ ହେଲେ ଉକ୍ତଗ୍ରାମର ତୋଟା ସାହିର ଲକ୍ଷ୍ମଣ ଦାସଙ୍କ ପୁଅ ଗୁରୁ ଦାସ (୨୦) l ସେ ଗତ ବୁଧବାର ସନ୍ଧ୍ୟାରେ ସ୍ନାନକରିବା ପାଇଁ ପୋଖରୀକୁ ଯାଇଥିବା ବେଳେ କୌଣସି କାରଣବଶତଃ ପୋଖରୀରେ ବୁଡିଯାଇଥିଲେ l ତାଙ୍କ ଘର ଲୋକ ଏବଂ ଗ୍ରାମବାସୀ ସଙ୍ଗେସଙ୍ଗେ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ l ଅଗ୍ନିଶମ କର୍ମଚାରୀ ଆସି ପୋଖରୀରେ ପଇଁତରା ମାରିଥିଲେ କିନ୍ତୁ ଯୁବକଙ୍କୁ ଖୋଜିବା ରେ ବିଫଳ ହୋଇ ଫେରି ଯାଇଥିଲେ l କିନ୍ତୁ ଗୁରୁବାର ଦିନ ସକାଳ ୮ ଘଣ୍ଟା ସମୟରେ କିଛି ଗ୍ରାମବାସୀ ଉକ୍ତ ଯୁବକଙ୍କ ଶବ ପାଣିରେ ଭାସୁଥିବା ଦେଖି ସଦର ଥାନା ପୋଲିସକୁ ଖବର ଦେଇଥିଲେ l ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଯୁବକର ଶବକୁ ଉଦ୍ଧାର କରିବା ସହ ଥାନା କେଶ ନମ୍ବର ୨୪/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠେଇଥିବା ନେଇ ତଦନ୍ତ କରି ଅଫିସର ଏଏସଆଇ ବିନୀତ ଶତପଥୀଙ୍କ ଠାରୁ ସୂଚନା ମିଳିଛି l