ରାସ୍ତା ମଝିରେ ଇଲେକ୍ଟ୍ରି ଖୁଣ୍ଟ ପୋତି ଠିକାଦାର ଛୁ ରାସ୍ତାରେ ଗାଡ଼ି ନଯିବାରୁ ସାଧାରଣ ଲୋକେ ହନ୍ତସନ୍ତ
ଆନନ୍ଦପୁର(ଉପେନ୍ଦ୍ର ସାହୁ):କରୋନା ମହାମାରୀ ପାଇଁ ସମସ୍ତେ ବେସ୍ତ ରହୁଥିବା ବେଳେ ଏଠି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଠିକାଦାର ମାନେ ଆଖିଠାର ମାରି ରାଜସ୍ବ ଟଙ୍କାକୁ ପାଣି ଭଳି ମାରିଚାଲୁଛନ୍ତି ,ଏଭଳି ଏକ ଦୁଷ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବେଲବାହାଳି ପଞ୍ଚାୟତରେ ବିଦ୍ୟୁତ ତାର ଗୁଡିକ ଅନେକ ଦିନହେବ ବିପଦ ସଙ୍କେତ ଆବସ୍ତାରେ ରାସ୍ତା ଉପରେ ଝୁଲି ରହିଥିବାରୁ ଆମେ ପ୍ରମେୟ ଖବର କାଗଜରେ ଏହି ଖବର ପ୍ରକାଶିତ କରିବାରୁ ସରକାର ଲୋକଙ୍କର ଅଧିକ ସୁବିଧା ପାଇଁ ଇଲେକ୍ଟ୍ରି ତାର ଗୁଡିକୁ ରାସ୍ତାର ଗୋଟିଏ ପାଶ୍ୱରେ ନେବାପାଇଁ ଲକ୍ଷ୍ୟ ଲକ୍ଷ୍ୟ ତାଙ୍କ ଖର୍ଚ୍ଚ କରି ଠିକାଦାର ମାନଙ୍କୁ କାମ କରିବାକୁ ଦେଇଛନ୍ତି କିନ୍ତୁ ଦୁଃଖର ବିଷୟ ଏଠି ଠିକାଦାର ମାନେ ସରକାରଙ୍କୁ ଆଖିଠାର ମାରି ନିମ୍ନ ମାନର କାମକରି ରାସ୍ତା ମଝିରେ ଇଲେକ୍ଟ୍ରି ଖୁଣ୍ଟ ପୋତି ତାର ନ ଟାଣି ଅଧା ପାନ୍ତରିଆ ଆବସ୍ତାରେ ଛାଡି ବେଲବାହାଳି ଛକ ଉପରେ ଫଳକ ଲଗାଇ ଛୁ ମାରିଛନ୍ତି ,ଏଥିରେ ରାସ୍ତା ମଝିରେ ଇଲେକ୍ଟ୍ରି ଖୁଣ୍ଟ ପୋତିଥିବାରୁ ଗ୍ରାମ ଭିତରକୁ ଧାନ ଗାଡି କିମ୍ବା ଅଗ୍ନିଶ୍ରମ ଗାଡି ଏବଂ ଘରତିଆରି ପାଇଁ ଅଣା ଯାଉଥିବା ସାମଗ୍ରୀ ଗୁଡିକ କରିପାରୁ ନାହାନ୍ତି ଏଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଉତେଜନା ଦେଖା ଦେଇଛି ,ଏଥିପ୍ରତି ବିଭାଗୀୟ ଅଧିକାରୀ ମାନେ ଦୁଷ୍ଟି ପକାଇବା ସହ ଯଥାଶୀଘ୍ର ଏହି ଖୁଣ୍ଟ ଗୁଡିକୁ ରାସ୍ତା ଉପରୁ ଉଠାଇ ପ୍ରକୁତ ସ୍ଥାନରେ ପୋତିବା ସହ ସଠିକ୍ ଭାବରେ ଠିକାଦାର ମାନେ କାମ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ,ନହେଲେ ଲୋକମାନେ ବିଦ୍ୟୁତ ଅଫିସ ସ୍ ନିକଟରେ ଧାରଣା ଦେବେବୋଲି ଚେତାବନୀ ଦେଇଛନ୍ତି,,,