ହେମଗିର ରେଞ୍ଜରେ ପୁଣି ଚିତାବାଘ ଆତଙ୍କ.. ବାଘ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ବନବିଭାଗ ତତ୍ପର
ସୁନ୍ଦରଗଡ଼ : ହେମଗିର ( ଅବଦୁଲ ଅଜିଜ) ହେମଗିର ରେଞ୍ଜରେ ଗତ କିଛି ଦିନ ତଳେ ବାଘ ଆକ୍ରମଣରେ କିଛି ଲୋକ ଆହତ ପରେ ଟ୍ରେନ ଲାଇନରେ ବାଘର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ହେମଗିର ରେଞ୍ଜ ଅନ୍ତର୍ଗତ ରୋହିଣୀ ସେକ୍ସନ ଢେକନାପାଣି ସଂରକ୍ଷିତ ଜଙ୍ଗଲରେ ପୁଣି ଏକ ଚିତାବାଘ ଆତଙ୍କ ଖେଲାଇଥିବା ଜଣାପଡିଛି । କାଉଦରହ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗତ ଦୁଇଦିନ ତଳେ ନିକଟ ଢେକନାପାଣି ସଂରକ୍ଷିତ ଜଙ୍ଗଲରେ ଗୋରୁଗାଈ ଚରାଉ ଥିବା ସମୟରେ ଦୁଇଟି ଗୋରୁଙ୍କ ଦେହରେ ବାଘ ଆକ୍ରମଣର କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ଲୋକେ ଆଶଙ୍କା କରୁଥିଲେ ଏହା ବାଘ ଆକ୍ରମଣ ଜନିତ କ୍ଷତ ବୋଲି । କିନ୍ତୁ ଆଜି କିଛି ଲୋକ ସେହି ଜଙ୍ଗଲରେ ଚିତାବାଘ ଦେଖିଥିବା ଅଭିଯୋଗ ହେଉଛି । ଏନେଇ ଲୋକେ ଆତଙ୍କିତ ଥିବା ବେଳେ କିଛି ଦିନ ତଳେ ଯେପରି ବାଘର ମୃତଦେହ ଉଦ୍ଧାର କରାଯାଇଥିଲା ସେହିପରି କୌଣସି ଘଟଣା ନହେବ, ବନ ବିଭାଗ ପକ୍ଷରୁ ସେଥିପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଏନେଇ ହେମଗିର ରେଞ୍ଜ ଅଧିକାରୀ ବଲଜିତ ଡୁଙ୍ଗଡୁଙ୍ଗ ଙ୍କୁ ଯୋଗାଯୋଗ କରିବାରୁ ଏହା ଚିତାବାଘ ଅଟେ ଓ ଏହା ପଡୋଶୀ ଜିଲ୍ଲା ଝାରସୁଗୁଡ଼ା ଜଙ୍ଗଲରୁ ଆସିଥିବା କହିବା ସହ ଜନସାଧାରଣ ଓ ବାଘର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ ସହ ପେଟ୍ରୋଲିଂ ଓ ଟ୍ରେସିଂ କରିବା ଆଦି ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ପ୍ରକାଶ କରିଥିଲେ...