ଏକଅଜଣା ରୋଗରେ ପୀଡିତ ଦୁଲବ ବେଶ୍ରା, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
କଳାହାଣ୍ଡି :କୋକସରା ( ତ୍ରିନାଥ ବେଶ୍ରା ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ଗ୍ରାମପଞ୍ଚାୟତ କାଉଡୋଳା ଗ୍ରାମର ,ତ୍ରିନାଥ ବେଶ୍ରା ଙ୍କ ମା - ଦୁଲବ ବେଶ୍ରା -ବୟସ -୬୦, ତାଙ୍କ ଗୋଟିଏ ଗୋଡ଼ରେ ଘା ହୋଇ ,ଗୋଡ଼ ଅଚଳ ହୋଇ ଯାଇଛି, ସେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପ୍ରାୟ 3ବର୍ଷ ହେବ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି । ପରିବାର କହିଲେ ବୃଦ୍ଧ ପିତା,ମାତା ଓ ସ୍ତ୍ରୀ ଦୁଇପୁଅ ,ଦୁଇ ଝିଅ ଓ ତ୍ରିନାଥ ବେଶ୍ରା ସମସ୍ତ ଙ୍କ ଭରଣ ପୋଷଣ କେବଳ ଜଣେ ହିଁ କରୁଛନ୍ତି । ତାଙ୍କର ପାଖରେ ଯାହାକିଛି, ସୁନା ଗହଣା ଥିଲା ବନ୍ଦକ ପକାଇ ମାର ଚିକିତ୍ସା ପାଇଁ ଉପଖଣ୍ଡ ଧର୍ମଗଡ଼, ଜିଲ୍ଲା ଡାକ୍ତରଖାନା, ନେଇଥିଲେ ହେଁଲେ କୌଣସି ସୁଫଳ ମିଳିନ ଥିଲା କହିଛନ୍ତି ।
ବର୍ତ୍ତମାନ ଅର୍ଥ ଅଭାବ ଯୋଗୁଁ ମା ର ଚିକିତ୍ସା କରି ପାରୁନଥିବା କହିଛନ୍ତି । ଯେଉଁଦିନ କାମ ନ ମିଳେ ସେଦିନ ଭୋକ ଉପାସରେ ମଧ୍ୟ ରହିଥିବାର ପ୍ରକାଶ କରିଛନ୍ତି ।
ଭଳ ଡାକ୍ତରଖାନା ନେଇ ଚିକିତ୍ସା କରିବା ନିମନ୍ତେ ସେମାନଙ୍କ ପାଖରେ ଅର୍ଥ ଅଭାଵ ଦେଖାଦେଇଛି l
। ବର୍ତମାନ ପରିବାର ଲୋକେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ,ମା ର ଚିକିତ୍ସା କିପରି କରାଇବେ ସେ ନେଇ ଚିନ୍ତାରେ ପଡିଛନ୍ତି ।
ଜିଲ୍ଲା ପ୍ରଶାସନ ଓ ସରକାର ଙ୍କୁ ନିବେଦନ କରୁଛନ୍ତି,ମା, ଦୁଲବ ବେଶ୍ରା ଙ୍କ ଚିକିତ୍ସା ପାଇଁସହାୟତା ଦିଗରେ ହାତ ବଢାଇବାକୁ ତ୍ରିନାଥ ବେଶ୍ରା ଓ ପିତା ଖୁଟି ବେଶ୍ରା ସରକାର ଙ୍କୁନିବେଦନ କରିଛନ୍ତି l
ଗ୍ରାମ ବାସି ମାନେ ମଧ୍ୟ ଦୁଲଭ ର ଦୁଃଖ ରେ ଦୁଃଖୀ ହୋଇ ସରକାର ଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି l