ଠିକାଦାର ଏବଂ ବିଦ୍ୟୁତ ବିଭାଗର ମଧୁଚଦ୍ରିକା ରେ ଚାଲିଛି ବିଦ୍ୟୁତ ସାଂଯୋଗୀ କରଣ ଫଳରେ ବାଦ ପଡୁଛନ୍ତି ପ୍ରକୃତ ହିତାଧିକାରୀ ।
କଳାହାଣ୍ଡି- : କରଲାମୁଣ୍ଡା ( ପବିତ୍ର ସାହୁ ) ସରକାର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି କେନ୍ଦ୍ର ସରକାର ଦେଶ ର ପ୍ରତ୍ୟକ ପରିବାର କୁ ମାଗଣାରେ ବିଜୁଳି ଯୋଗାଇ ଦେବା ପାଇଁ ଦିନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ରେ ବସ ବାସ କରୁଥିବା ଲୋକମାନଙ୍କୁ ବିଜୁଳି ଯୋଗାଇଦେବା ପ୍ରକ୍ରିୟା ବହୁଦିନ ରୁ ଆରମ୍ଭ ହୋଇଥିଲେ ହେ ଆଜି ପ୍ରଯ୍ୟନ୍ତ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବୋରପଦର ଗ୍ରାମପଂଚୟତ ର ଖଲିଆପାଲି ଗ୍ରାମ ର ଲୋକମାନଙ୍କ ପାଇଁ ସାତସପନ ପାଲଟିଛି ଏହି ଯୋଜନା ।ଦୀର୍ଘ ଦିନ ରୁ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ଗୁହାରି କଲେ ମଧ୍ୟ ଫଳ ଶୂନ । କଳାହାଣ୍ଡି ର ବିଭିନ୍ନ ଅଞ୍ଚଳ ରେ ଏହି ଯୋଜନା ର ଲାଭ ପାଇଥିବା ବେଳେ ଆଜି ପ୍ରଯ୍ୟନ୍ତ ବିଜୁଳି ପାଇବାରୁ କିଛି ପରିବାର ସମ୍ପୂର୍ଣ ଭାବେ ବଂଚିତ ଅଛନ୍ତି । ଦୀର୍ଘ ବର୍ଷ ରୁ ଘରେ ଘରେ ବିଦ୍ୟୁତ ମିଟର ଲଗାଯାଇଛି ହେଲେ ତାହା ଏବେ କଳଙ୍କ ଲାଗି ନଷ୍ଟ ହେବାରେ ବସିଲାଣି । ଗାଁ ମୁଣ୍ଡରେ ବିଦ୍ୟୁତ ଟ୍ରାନ୍ସଫର୍ମର ସହିତ ବୋର୍ଡ ଲଗାଯାଇଥିଲେ ମଧ୍ୟ ଘରକୁ ଘର ତାର ଟଣା ହୋଇନାହିଁ ।କିଛି ମୃଷ୍ଟିମେୟ ଲୋକଙ୍କ ଘରକୁ ଯାଉଛି ବିଦ୍ୟୁତ ତାର ସହିତ ବିଦ୍ୟୁତ ଖୁଣ୍ଟ ।ଏହି ବିଷୟରେ ବିଦ୍ୟୁତ ବିଭାଗ ର ଉପରିସ୍ଥ ଅଧିକାରୀ ମାନଙ୍କୁ ଜଣାଇଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ ।ବିଦ୍ୟୁତ ବିଭାଗର କର୍ମଚାରୀ ଏବଂ ଠିକାଦାର ବାବୁ ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ଏଭଳି ଦୁର୍ନୀତି । ଟଙ୍କା ଦେଲେ ଦିଶୁଛି ଆଲୁଅ ଓ ଟଙ୍କା ନ ଦେଲେ କିଟି କିଟି ଅନ୍ଧାର ରାତି ରେ ରହିବା କୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଏଥି ପ୍ରତି ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କ ମିଶ୍ର ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହେଉଛି ।ଆଗାମୀ ଦିନରେ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।