ମେଡିକାଲ ରେ ଭର୍ତ୍ତି ହେଲେ : କଂଗ୍ରେସ ନେତା ନରସିଂହ ମିଶ୍ର

Share on facebook Share on Twitter Share on Whatsapp Share on Linkedin

ଭୁବନେଶ୍ୱର ( ସ୍ୱସ୍ତିକ ବ୍ୟୁର ) କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ । ସିବିଆଇ ଅଫିସ ନିକଟରେ ଭାଷଣ ଦେବା ବେଳେ ଅସୁସ୍ଥ ହୋଇପଡ଼ିଲେ । ଭାଷଣ ଦେବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ନରସିଂହ । ଏହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ଛାତିକୁ ଧରି ତଳେ ବସିପଡ଼ିଥିଲେ ନରସିଂହ ମିଶ୍ର । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଘଟଣାନୁଯାୟୀ, କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତଦ୍‌ନୁଯାୟୀ ୟୁନିଟ-୮ ରୁ ଏକ ରାଲି ବାହାରିଥିଲା । ଏହି ରାଲିରେ ସାମିଲ ଏକ ଖାେଲା ଜିପ୍‌ରେ ସିବିଆଇ ଅଫିସ୍ ନିକଟରେ ଭାଷଣ ଦେବା ବେଳେ ଶ୍ରୀ ମିଶ୍ର ଅସୁସ୍ଥ ହୋଇପଡ଼ିଥିଲେ । ଦୀର୍ଘ ସମୟ ଧରି ଭାଷଣ ଦେବାରୁ ସେ ଅସୁସ୍ଥ ହୋଇପଡ଼ିଥିବା କୁହାଯାଉଛି । ଭାଷଣ ଦେବା ପ୍ରାୟ ଶେଷ ହେଲା ବେଳକୁ ସେ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ଏଣୁ ସେ ନିଜ ପକେଟରେ ଥିବା ମେଡିସିନ୍ ଖାଇଥିଲେ । ଏହା ପରେ ସେ ନିଜ ଚେତା ହରାଇଥିଲେ । ତାଙ୍କୁ ତତ୍‌କ୍ଷଣାତ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ମେଡିକାଲରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।