ରେଣ୍ଟା ଜଙ୍ଗଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲା ହଜାର ହଜାର ବୃକ୍ଷ

Share on facebook Share on Twitter Share on Whatsapp Share on Linkedin

କଟକ, ମାହାଙ୍ଗା ( ହରିହର ସାହୁ ) -ଅସାବଧାନତା ପାଇଁ ଜଳିଗଲା ଜଙ୍ଗଲ !ପିକନିକ କରିବାକୁ ଆସି ଜଙ୍ଗଲ ଭିତରେ ବଣଭୋଜି କରୁଥିବା ସମୟରେ ଘଟିଲା ଅଘଟଣ ! ଅଗ୍ନିକାଣ୍ଡରେ ଶହଶହ ଏକର ପରିମିତ ରେଣ୍ଟା ଜଙ୍ଗଲରେ ଥିବା ସୁଶୋଭିତ ବୃକ୍ଷରାଜି ଧ୍ବଂସ ପାଇବା ପୂର୍ବରୁ ଅଳ୍ପକେ ରକ୍ଷା ପାଇଯିବ ଦେଖିବାକୁ ମିଳିଛି l କୁଆଁପାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳୀରେ ପହଂଚି ନିଆଁକୁ ଆୟତ କରିବା ଜଣାପଡିଛି l ଉମର-ନାହାଙ୍ଗ ନିକଟବର୍ତ୍ତୀ ରେଣ୍ଟା ବନଦୁର୍ଗା ପୀଠକୁ ପିକନିକ ମନେଇବାକୁ ଆସିଥିବା କିଛି ଯୁବକ ବଣଭୋଜି କରୁଥିବା ବେଳେ ଅସାବଧାନତା ଯୋଗୁଁ ଜଙ୍ଗଲରେ ନିଆଁ ଲାଗିଯାଇଥିଲା l ଖବର ପାଇଁ କୁଆଁପାଳରୁ ଦମକଳ ବାହିନୀ ଘଟଣାସ୍ଥଳୀରେ ପହଂଚି ନିଆଁକୁ ଆୟତ କରିଥିଲେ l ଫଳରେ ଶହଶହ ଏକର ପରିମିତ ମନୋରମ ପର୍ଯ୍ୟଟନ ସ୍ଥଳୀ କୁହାଯାଉଥିବା ରେଣ୍ଟା ବନଦୁର୍ଗା ପୀଠ ଶ୍ରୀହୀନ ହେବାରୁ ଅଳ୍ପକେ ରକ୍ଷା ପାଇଯାଇଛି l ଏହି ପୀଠର ବିକାଶ ପାଇଁ ମନ୍ତ୍ରୀ ପ୍ରତାପ ଜେନା ଏବଂ ଆର୍ଡିସି ଅନିଲ ସାମଲଙ୍କ ଯଥେଷ୍ଟ ଅବଦାନ ରହିଛି l ରେଣ୍ଟାକୁ ପିକନିକ ପାଇଁ ଆସୁଥିବ ପର୍ଯ୍ୟଟକ ମାନେ ଆଗାମୀ ଦିନରେ ସତର୍କତାର ସହିତ ବଣଭୋଜି କରିବାକୁ ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି ଓ ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ମହାପାତ୍ର ଆହ୍ୱାନ ଦେଇଛନ୍ତି l