ଭିଜିଲାନ୍ସ ଜାଲରେ ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ଅବସର ପ୍ରାପ୍ତ ଡ୍ରାଇଭର

Share on facebook Share on Twitter Share on Whatsapp Share on Linkedin

କଳାହାଣ୍ଡି : ଧର୍ମଗଡ ( ପ୍ୟାରୀ ଲାଲ ଦୁର୍ଗା ) କଳାହାଣ୍ଡି ଜିଲ୍ଲା ଇନ୍ଦ୍ରବତୀ ଜଳପ୍ରକଳ୍ପର ଅବସରପ୍ରାପ୍ତ ଡ୍ରାଇଭର ରମେଶ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ଼୍‌ ଜାରି ରହିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଧର୍ମଗଡ଼ସ୍ଥିତି ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ଼ ଜାରି ରଖିଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ସଂପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।ଚଢ଼ାଉରେ ମାଲକାନଗିରି ଡି ଏସ ପି-ସୁଶାନ୍ତ କୁମାର ବିଶ୍ୱାଳ,ରାୟଗଡା ଡ଼ିଏସପି ଅନନ୍ତ ପ୍ରସାଦ ମଲ୍ଲିକ,ଭାରପ୍ରାପ୍ତ ଡ଼ିଏସପି କଳାବତୀ ବାଗ,ନୂଆପଡା ଇନିସ୍ପେକ୍ଟର ଦୀନବନ୍ଧୁ ବେହେରା,ଜୟପୁର ଇନିସ୍ପେକ୍ଟର ବଂକିଂ ବବାଲି, ଇନିସ୍ପେକ୍ଟର ପ୍ରମିଳା ସୁନା ସାମିଲ ଥିବା ଜଣାପଡେ।ତେବେ ସୂଚନା ମୁତାବକ ମିଶ କେଶ ନମ୍ବର ୫/୨୦ ଅନୁଯାୟୀ କଳାହାଣ୍ଡି ସ୍ପେସିଆଲ ଭିଜିଲାନ୍ସ ଜର୍ଜ ଙ୍କ ନିର୍ଦ୍ଦେଶ କ୍ରମେ ଆୟ ବହିର୍ଭୁତ ଠୁଳ ଅଭିଯୋଗ ରେ ଚଢ଼ାଉ କରିଥିବା ଜଣାପଡ଼ିଛି।