ବିଶ୍ବାସ ଓ ଧାର୍ମିକ ଭାବନାର ନିଦର୍ଶନ ବାବା ବକୁଳି ଗୋସାଇଁ ପିଠ ଓ ନିର୍ଝରୀ ଝରଣା
କେନ୍ଦୁଝର, ଆନନ୍ଦପୁର (ଉପେନ୍ଦ୍ର ସାହୁ)କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବଡିଭିଜନ ର ଐତିହ ସମ୍ପର୍ଣ୍ଣ ଗାଁ ବାତୋ। ପ୍ରାକୃତିକ ସୌନ୍ଦର୍ଯ୍ଯ ରେ ଭରପୁର ସହ ପୂଣ୍ଯ ବୈତରଣୀ ଏବଂ କୁଶେଇ ନଦୀର ସଙ୍ଗମ ସ୍ଥଳ ସହ ଐତିହ ସମ୍ପର୍ଣ୍ଣ ମାଛରାଁ ଦୂର୍ଗର ଅନତି ଦୂରରେ ଗାଁ ଟି ଅବସ୍ଥିତ । ଇତିହାସ ଓ ଆଧ୍ଯାତ୍ମିକ ଦୃଷ୍ଠି କୋଣରୁ ଗାଁଟି ବେଶ ସମୃଦ୍ଧ ।ଏଠି କାହିଁ କେଉଁ ଅନାଦୀ କାଳରୁ ଲୋକଙ୍କ ଶ୍ରଦ୍ଧା ବିଶ୍ବାସ ଓ ଧାର୍ମିକ ଭାବନାର ପ୍ରତିକ ଭାବେ ସ୍ଥାପନ ହୋଇଛି ବାବା ବକୁଳି ଗୋସାଇଁଙ୍କ ପିଠ । ଏଥିସହ ନିର୍ଝରୀ ଝରଣା ଓ ଐତିହ ବହନ କରୁଥିବା ଅନେକ ଗୁମ୍ପା ସମୂହ ।ସ୍ଥାନିୟ କରଡାପାଳ ମୌଜାର ଏକ କୋଚିଳା ଗଛ ମୂଳରୁ କାଚ ଧାର ସଦୃସ ପାଣି ବାହାରି ଅନ ବରତ ବହି ବୈତରଣୀ ନଦୀରେ ମିଶିଛି । ପାଖରେ ଜଙ୍ଗଲୀ ଗଛ ଲଟାରେ ଭରପୁର ହୋଇ ଝରଣାର ପରିବେଶକୁ ଆହୁରୀ ମନୋରମ ଏବଂ ଆକର୍ଷଣିୟ କରୁଛି ,ଝରଣା ଟିର ବିଶେଷତ୍ବ ଯେ ଶୀତଦିନେ ଏହି ଜଳ ଗରମ ଥିବା ବେଳେ ଗ୍ରୀଷ୍ମ ଦିନରେ ଥଣ୍ତା ଅନୂଭୁତ ହୋଇଥାଏ ,ଜଳକୁ ବ୍ଯବହାର ଉପଯୋଗି କରିବାକୁ ଝରଣାକୁ ଏକ କୁଣ୍ତ ସଦୃସ କରାଯାଇଛି ।ଲୋକ କଥା ଏବଂ କିମ୍ବଦନ୍ତୀ କହେ ବାତୋ ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ,ବାତୋ ଅଞ୍ଚଳର ଏହି ଜଙ୍ଗଲ ଅଞ୍ଚଳରେ ଥିବା ଗୁମ୍ପା ବା ସୁଡଙ୍ଗରେ ଜଣେ ସିଦ୍ଧ ବାବା ବକୁଳି ଗୋସାଇଁ ଅବସ୍ଥାନ କରୁଥିଲେ ।ବାବା ପ୍ରାତଃରୁ ଝରଣାରେ ସ୍ନାନ ସହ ସୁଡଙ୍ଗ ଦେଇ ବୈତରଣୀ ନଦୀରେ ମଧ୍ଯ ସ୍ନାନ କରି ପ୍ରତ୍ଯହ ଧ୍ଯାନ ସାଧନାରେ ମଗ୍ନ ରହୁଥିଲେ ବି ବାବାଙ୍କ ଅବସ୍ଥିତିକୁ କେହି ଉପଲବ୍ଦି କରି ପାରୁନଥିଲେ ।ଏହି ଗ୍ରାମ ରେ ଏକ ବିରାଟ ଗଉଡ ବସ୍ତିଥିଲା ,ଗଉଡ ପ୍ରତ୍ଯହ ଜଙ୍ଗଲକୁ ମଇଁଶି ଚରାଇ ନେବା ପରେ ସକାଳକୁ କ୍ଷିର ଦୁହିଁଲା ବେଳକୁ , ଗୋଟିଏ ଦୁଧିଆଳୀ ମଇଁଶି କ୍ଷିର ଦେଉନଥାଏ ,ହଠାତ୍ ଗଉଡ ମଇଁଶି କାହିଁକି କ୍ଷିର ଦେଉନାହିଁ ଏହାର ରହସ୍ଯ ଜାଣିବାକୁ ପର ଦିନ ଲୁଚି ରହି ମଇଁଶିର ଗତିବିଧି ଉପରେ ନଜର ରଖିଲା ଏବଂ ବେଳ ବୁଡି ଆସିବା ବେଳକୁ ଜଣେ ସାଧୁବାବା ମଇଁଶିର ପହ୍ନାରୁ ମୁହଁ ଲଗାଇ କ୍ଷିର ପିଉଥିବା ଦେଖି ଆଶ୍ଚର୍ଯ୍ଯ ହୋଇ ଯାଇଥିଲେ ,ଏବଂ ତହିଁ ପରଦିନ ଗ୍ରାମ ବାସୀଙ୍କ ସହଯୋଗରେ ବାବାଙ୍କୁ କ୍ଷିର ପିଉଥିବା ଅବସ୍ଥାରେ ଧରି ଗାଁକୁ ଆଣିଲେ ,ବାବାଙ୍କୁ ଠାରୁ ସବୁ କଥା ଶୁଣି ଗ୍ରାମବାସୀଙ୍କ ମାନଙ୍କ ମନରେ ଶ୍ରଦ୍ଧା ଏବଂ ଭକ୍ତି ଭାବ ଜାଗ୍ରତ ହେଲା ବାବା ଜନବସତି ଠାରୁ ଦୁରରେ ଥିଲେ ମଧ୍ଯ ଲୋକଙ୍କ ଅନୁରୋଧ କ୍ରମେ ବାବାଙ୍କ ଇଛାନୁସାରେ ବୈତରଣୀ ନଦୀ ଅବବାହିକାରେ ଥିବା ବକୁଳ ବନ ଠାରେ ଗ୍ରାମବାସୀ ମାନେ ଏକ ଆଶ୍ରମ ତୋଳାଇ ବାବାଙ୍କୁ ପୂଜାର୍ଚ୍ଚନା କଲେ ।ବାବାଙ୍କ ଅନ୍ନ ହାରୀ ନଥିଲେ ,ସେ କେବଳ ଫଳ ମୂଳ ସେବନ କରୁଥିଲେ ତାଙ୍କ ନିକଟରେ ଅତି ଶ୍ରଦ୍ଧା ପୂର୍ବକ କ୍ଷିର ଓ ପୋଡ ପିଠା ଲାଗି କଲେ ମନସ୍କାମନା ପୂର୍ଣ୍ଣ ହେଉଥିଲା ବୋଲି ଲୋକଙ୍କ ପ୍ରଘାଢ ବିଶ୍ବାସ ଥିଲା ।ବାବା ବୈଷ୍ଣବ ଧର୍ମାଲମ୍ବି ଥିବାରୁ ଦିନେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଚାଲି ଚାଲି ପୁରୀଧାମକୁ ବାହାରି ଥିଲେ ,ହେଲେ ଶ୍ରଦ୍ଧାଳୁ ସାତଦିନ ପରେ ପୁରୀରେ ପହଞ୍ଚିଲା ବେଳକୁ ବାବା ସମୂଦ୍ର ସ୍ନାନ ସାରି ଫେରୁଥିବା ଦେଖି ଗ୍ରାମବାସୀ ଚକିତ ହୋଇ ତାଙ୍କର ଅଲୋକିକ ମହିମା ବିଷୟରେ ଜାଣି ପାରିଥିଲେ ।ବାବା ନିଜ ଇଛାନୁସାରେ ବକୁଳି ମଠ ଠାରେ ଜିଅନ୍ତା ସମାଧି ନେଇଥିଲେ ବୋଲି କିମ୍ବଦନ୍ତି ରହିଛି ।ତାଙ୍କ ଅନ୍ତେ ତାଙ୍କର ଶିଶ୍ଯତ୍ବ ଗ୍ରହଣ କରିଥିବା ଚୈତନ ବାବା ,ରାଇଚରଣ ବାବା ବକୁଳି ମଠର ଦାୟିତ୍ବ ରେ ରହିଆସିଥିଲେ ମଧ୍ଯ ମଠର ଅଲୋକିକ ମହିମା ଏବେବି ଅକ୍ଷୁର୍ଣ୍ଣ ରହିଛି।ମଠ ନିକଟରେ ଥିବା ଗୁମ୍ପା ବା ସୁଡଙ୍ଗ ଏବେବି ଭଗ୍ନ ଅବସ୍ଥାରେ ରହିଛି ।କଥିତ ଅଛି ବୈତରଣୀ ଆରପଟେ ଥିବା ଆମ୍ବୋ ଠାରୁ ବାତୋ ପର୍ଯ୍ଯନ୍ତ ଏହି ସୁଡଙ୍ଗ ଲାଗିଛି ଆମ୍ବୋଗଡର କରଦ ରାଜା ମାନେ ଏହି ସୁଡଙ୍ଗ ମଧ୍ଯଦେଇ ନଦୀ ପାର ହୋଇ ବାତୋ ଅଞ୍ଚଳକୁ ଆସିଥାନ୍ତି ।ଏବେ ରକ୍ଷଣାବେକ୍ଷଣ ଅଭାବରୁ ସୁଡଙ୍ଗ ପୋତି ହୋଇଯାଇଥିଲେ ବି ନଦୀ ବଢି ସମୟରେ ବୈତରଣୀ ବନ୍ଯା ଜଳ ଏହି ସୁଡଙ୍ଗ ମଧ୍ଯଦେଇ ଆସିଥାଏ । ବାତୋ ଅଞ୍ଚଳରେ ଗୋଟିଏ ନୁହେଁ ଅନେକ ସୁଡଙ୍ଗ ବା ଗୁମ୍ପା ଥିବା ଦୃଷ୍ଠି ଗୋଚର ହୂଏ ,ଯାହା ଏହି ଅଞ୍ଚଳର ଐତିହ ଓ ଧାର୍ମିକ ଭାବନାକୁ ଉଜ୍ଜିବିତ କରିଥାଏ ।ଏଥିସହ ନିର୍ଝରୀ ଝରଣାଟି ଅଞ୍ଚଳର ଐତିହ ବହନ କରୁଥିବା ଅନେକ କିମ୍ବଦନ୍ତି ସହ ଜଡିତ ଥିବାରୁ ଏହାର ରକ୍ଷଣା ବେକ୍ଷଣ ସହ ଏହି ସଲଗ୍ନ ପ୍ରାକୃତିକ ପରିବେଶକୁ ପରିସ୍କାର ପରିଛନ୍ନ ରଖିବା ସହ ପ୍ରଶାସନ ତରଫରୁ ଭଲ ରାସ୍ତାଟିଏ ନିର୍ମାଣ କରି ଏହାକୁ ପିକନିକ୍ ସ୍ପଟରେ ପରିଣତ କରି ଅଞ୍ଚଳ ବାସୀଙ୍କ ବିକାଶ ଦିଗରେ ଅଧିକ ଯତ୍ନବାନ ହେଲେ ବକୁଳି ଗୋସାଇଁ ପିଠ ସହ ଦୃଷ୍ଠି ଆଢୁଆଳରେ ରହିଯାଇଥିବା ଅନେକ ପ୍ରାକୃତିକ କିର୍ତ୍ତିରାଜୀ ଲୋକଲୋଚନକୁ ଆସିପାରନ୍ତା ବୋଲି ସ୍ଥାନିୟ ବୁଦ୍ଧିଯିବି ମାନେ ଦାବି ରଖିଛନ୍ତି ।