ସରକାରୀ କର୍ମଚାରୀଙ୍କ ପାଇଁ ନୁଆ ବର୍ଷରେ ନୁଆ ନିୟମ

Share on facebook Share on Twitter Share on Whatsapp Share on Linkedin

ଭୁବନେଶ୍ୱର (ସ୍ୱସ୍ତିକ ବ୍ୟୁର ) ସରକାରୀ କର୍ମଚାରୀଙ୍କ ପାଇଁ ଜାନ୍ରୁଆରୀ ମାସର ଗାଇଡଲାଇନ ଜାରି କରାଯାଇଛି । କଟକ ଓ ଭୁବନେଶ୍ୱରରେ ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ l ସେହିପରି ଜାନୁଆରି ମାସରୁ ଟ୍ବିନ୍‌ସିଟିରେ ୭୫% କର୍ମଚାରୀରେ ଚାଲିବ ସରକାରୀ ଅଫିସ । ଭୁବନେଶ୍ବର ଓ କଟକରେ ପ୍ରାୟ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ତେବେ ଶନିବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆବର୍ଷରେ ଅଫିସରେ ଏକାଠି ହୋଇପାରିବେନି ଅଧିକାରୀ । ଭର୍ଚୁଆଲ ମାଧ୍ୟମରେ ନବ ବର୍ଷର ଶୁଭେଚ୍ଚା ଜଣାଇବେ ଅଧିକାରୀ । ସାଧାରଣ ପ୍ରଶାସନ ବିଭାଗ ପକ୍ଷର ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । କେବଳ ଜରୁରୀକାଳୀନ ବିଭାଗ ଅଧିନରେ ଆସୁଥିବା ଅଫିସ ଗୁଡିକ ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ । ଏସଆରସି, ଓଏସଡିଏମଏ. ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ ଭଳି ଜରୁରୀକାଳୀନ ଅଫିସ ଗୁଡିକୁ ସମସ୍ତ କର୍ମଚାରୀ ଆସିବେ ।ଅତ୍ୟାବଶ୍ୟକ ପଡ଼ିଲେ ସରକାରୀ କାର୍ଯ୍ୟ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡ଼ିବ। ସେଥିପାଇଁ ସମସ୍ତ କର୍ମଚାରୀ ଟେଲିଫୋନ୍‌ ଓ ମୋବାଇଲ ଫୋନ୍‌ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।