ଜରାଜୀର୍ଣ୍ଣ ଅବସ୍ଥାରେ ବେଲବାହାଳି କୁଣ୍ଡୁଳାଇ ନୋଡାଲ ହାଇସ୍କୁଲ

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର (ଉପେନ୍ଦ୍ର ସାହୁ): ସରକାର ପ୍ରତେକ ସ୍କୁଲକୁ ସୁରକ୍ଷିତ ରଖିବା ପାଇଁ ଲକ୍ଷ୍ୟଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ସ୍କୁଲର ସୁରକ୍ଷା ପାଇଁ ଚାରିପଟେ କରାଯାଉଛି ।କିନ୍ତୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବେଲବାହାଳି କୁଣ୍ଡୁଳାଇ ନୋଡାଲ ହାଇସ୍କୁଲପ୍ରତି କେହି ଦୁଷ୍ଟି ଦେଉନଥିବା ଦେଖିବାକୁ ମିଳିଛି । କୋଭିଡ଼ି ପାଇଁ ସରକାର ସମସ୍ତ ସ୍କୁଲ କଲେଜ ଦୀର୍ଘ ୯ମାସ ଧରି ବନ୍ଦ କରିଥିବାବେଳେ ଏଠି ସ୍କୁଲ ପରିସର ମଧ୍ୟରେ ଗଛପତ୍ର ହୋଇ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି । ଅନେକ ସ୍କୁଲ ଘର ଭାଙ୍ଗିରୁଜି ଯାଇ ସାପବେଙ୍ଗ ରହୁଥିବା ଦେଖିବାକୁ ମିଳିଛି ।ଏଥିସହ ସ୍କୁଲ ଚାରିପଟେ ପାଚେରୀ ଭାଙ୍ଗି ଯାଇଥିବାରୁ କିଛି ଅସାମାଜିକ ବ୍ୟକ୍ତି ମାନେ ସ୍କୁଲ ପରିସରରେ ଭୋଜିଭାତ କରି ମଦ୍ୟପାନ କରି ଚାରିଆଡେ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । ଏପଟେ ସ୍କୁଲ ଭିତରେ ରହିଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମୃତ୍ତି ଉପରେ କାହାରି ଦୁଷ୍ଟି ପଡୁନଥିବାରୁ ଗଛଲତା ମାଡିଯାଇଛି ଅଳିଆ ଆବର୍ଜନା ଭିତ ଲୁଚିଯାଇଛନ୍ତି ଗୋପବନ୍ଧୁ ଦାସ। ସେପଟେ ସ୍କୁଲଘର ଭାଙ୍ଗି ଯାଇଥିବାରୁ ସ୍କୁଲରେ ପିଲାଙ୍କ ସଂଖ୍ୟା ଅଧିକ ହୋଇଥିବା ଖବର ପାଇ କୋଭିଡ଼ି ଛୁଟି ସମୟରେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ସ୍କୁଲ ପରିସର ମଧ୍ୟରେ ଗୋଟିଏ ନୂତନ ସ୍କୁଲ ଘରଟିଏ ତିଆରି କରିବା ପାଇଁ ସରକାର ଦେଇଥିବାବେକେ କିନ୍ତୁ ଦୁଃଖର ବିଷୟ ଏଠି ଠିକାଦାର ମାନେ ସରକାରଙ୍କୁ ଠକି ନିମ୍ନ ମାନର କାମକରି ଅଧା ପାନ୍ତରିଆ କରି ଟଙ୍କା ଉଠାଇ ଛାଡି ପଳାଇଥିବା ଦେଖିବାକୁ ମିଳିଛି ।ଯାହାଫଳରେ ଆଗାମୀ ଦିନରେ ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀମାନେ ନାହିଁ ନଥିବା ହାଇରଣର ସମ୍ମୁଖୀନ ହେବେ ବୋଲି ଅଭିଭାବକଙ୍କ ମହଲରେ ପ୍ରତିକ୍ରିୟା ସୁଷ୍ଟି ହୋଇଛି ।ଏଥିପ୍ରତି ସରକାର ଦୁଷ୍ଟି ଦେଇ ଦୋଷୀଙ୍କ ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ନେବା ସହ କିପରି ସଠିକ୍ ସ୍କୁଲ କାମ ହୋଇପାରିବ ଏଥିପ୍ରତି ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।।