ମାହାଙ୍ଗା ବିଜେପି ନେତାଙ୍କୁ ବିଭତ୍ସ ହତ୍ୟାକାଣ୍ଡରେ ୪ ଗିରଫ , ଡବଲ ମର୍ଡର ଘଟଣାର ପର୍ଦ୍ଦା ଫାସ, ପ୍ରେସମିଟ ପୂର୍ବରୁ ଅଭିଯୁକ୍ତଙ୍କୁ ଧରି ଡେମୋ ଦେଖାଇଲା ପୋଲିସ, କ’ଣ ହୋଇପାରେ ହତ୍ୟାକାଣ୍ଡ ପଛର କାରଣ
କଟକ, ମାହାଙ୍ଗା : ( ହରିହର ସାହୁ ) ମାହାଙ୍ଗା ଡବଲ ମର୍ଡର ଘଟଣାର ଖୋଲିଲା ଗୁମର l
ବିଜେପି ନେତା କୁଳମଣି ବରାଳ ଓ ତା'ଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ଚତୁରତାର ସହ ହତ୍ୟାକରି ପୋଲିସ ଆଖିରେ ଧୂଳିଦେଇ ୨ ତାରିଖ ରାତିରୁ ଫେରାର ହୋଇଯାଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଚାରି ଜଣଙ୍କୁ ଗିରଫ
କରାଯାଇଛି l
ଆଜି ଘଟଣା ସ୍ଥଳୀ ଯଅଂକୋଟି ଗାଁ'ର ସେହି ହତ୍ୟାସ୍ପଟରେ ଚାରି ଅଭିଯୁକ୍ତଙ୍କୁ ଧରି ପହଂଚିଥିଲା ପୋଲିସ !
ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କ ସହିତ ଅନ୍ୟ ୩ ଜଣ ସହଯୋଗୀ ଅରବିନ୍ଦ ଖଟୁଆ, କ୍ଷିତୀଶ ଆଚାର୍ଯ୍ୟ, ଲଳିତ ମୋହନ ବରାଳଙ୍କୁ ଯଅଂକୋଟି ଗାଁ'ରେ ପହଂଚିବା ପରେ ହତ୍ୟା ଘଟଣାର ଲାଇଫ ଡେମୋ ଦେଖାଇଥିଲେ ଅଭିଯୁକ୍ତ l
ନୁର୍ତ୍ତାଙ୍ଗ ପଞ୍ଚାୟତର ସୁକୁନଈ ବନ୍ଧନିକଟ ଏକ ବେଣା ମୂଳରୁ ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ଜବତ କରିଥିଲା ପୋଲିସ l
ବ୍ୟକ୍ତିଗତ ଶତ୍ରୁତା ଓ ଅସୂୟା ମନୋଭାବ ଯୋଗୁଁ କୁଳମଣିଙ୍କୁ ଜୀବନରୁ ସଫା କରି ଦେବାକୁ ମାଷ୍ଟର ମାଇଣ୍ଡ ଅରବିନ୍ଦ ତା'ର ସହଯୋଗୀ ମର୍ଡର ପାଇଁ ପ୍ଲାନ ତିଆରି କରିଥିଲେ ବୋଲି ପୋଲିସ କହିଛି l ଅଭିଯୁକ୍ତଙ୍କ ଠାରୁ ଏକ ଧାରୁଆ ଖଣ୍ଡା, ଠେଙ୍ଗା ଜବତ ହୋଇଛି l ଏଥିସହ 4 ଟି ମୋବାଇଲ ସହ ଚପଲ ବ୍ୟାଗ ଜବତ ହୋଇଛି l
ଥାନା କେଶ ନମ୍ବର 5/dtd -3-1-21 U/S-147, 148, 120-B, 302, 149 IPC, 25 ଓ 27 ଅର୍ମ ଆକ୍ଟରେ ମାମଲା ରୁଜୁ ପରେ ଚାରି ଅଭିଯୁକ୍ତଂକୁଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି l
ଛାନଭିନ ବେଳେ ଡିଆଇଜି ଆଶୀଷ ସିଂ ମାହାଙ୍ଗାରେ ଉପସ୍ଥିତ ରହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବା ଜଣାପଡିଥିଲା l
କଟକ ଗ୍ରାମାଞ୍ଚଳ ଏସ୍ପି ବି ଯୁଗଳ କିଶୋର, ଆଡିସିନଲ ଏସ୍ପି ପ୍ରଦ୍ୟୁମ୍ନ ଜେନା ଓ ଅଲେଖ ଚନ୍ଦ୍ର ପହି, ଏସଡ଼ିପିଓ ରଂଜିତ କୁମାର ପୃଷ୍ଟି, ପ୍ରେସ ମିଟରେ ଉପସ୍ଥିତ ଥିଲେ l ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ମାହାଙ୍ଗା ଆଇଆଇସି ରଞ୍ଜନ ପ୍ରଧାନ, ନେମାଳ ଆଇଆଇସି ନିହାର ରଞ୍ଜନ ମହାନ୍ତି, ସାଲେପୁର ଆଇଆଇସି ବିଜୟ ବିଶି,କିଷନ ନଗର ଆଇଆଇସି ବାମଦେବ ସ୍ୱାଇଁ,ସବିନିସପେକ୍ଟର ଚିନ୍ମୟୀ କର, ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ ନାୟକ, କୁମୁଡା ଜୟପୁର ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ, ଏଏସଆଇ ହାପିଜ ଖାନ, ନରେନ୍ଦ୍ର ଖୁଣ୍ଟିଆ, ଅନିଲ ନାୟକ ପ୍ରମୁଖ ଏହି ଟିମରେ ସାମିଲ ଥିଲେ l
ଆଜିର ତଦନ୍ତରେ ରାଜନୈତିକ ଲିଙ୍କ କୁ ନେଇ ପୋଲିସ କିଛି ସ୍ପଷ୍ଟ କରିନି l
ତେବେ ଗତ ଡିସେମ୍ବର 27 ତାରିଖ ରାତିରେ ମୃତକ କୁଳମଣିଙ୍କ ସମର୍ଥକ ଓ ପଞ୍ଚାନନ ସେଠୀ ଏବଂ ତାଙ୍କ ସହଯୋଗୀଙ୍କ ଭିତରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା l
ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ l ପୋଲିସ ୨ଟି ମାମଲା ରୁଜୁ କରିଥିଲା l
ଏହାହିଁ ହତ୍ୟା ପୂର୍ବର କ୍ଳାଇମାକ୍ସ ବୋଲି କୁହାଯାଉଛି l
ମାହାଙ୍ଗାରେ ଗତ ୩ ଦିନ ହେବ ଏହି ବିଭତ୍ସ ହତ୍ୟାକାଣ୍ଡ ପରେ ଅଭିଯୁକ୍ତଙ୍କ ଗିରଫଦାରୀକୁ ନେଇ ଲାଗିରହିଥିବା ସସ୍ପେନ୍ସ ଉପରୁ ପରଦା ହଟାଇଛି ପୋଲିସ l ତେବେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଗ୍ରାମାଞ୍ଚଳ ଏସ୍ପି ସୂଚନା ଦେଇଛନ୍ତି l