ଶୋକାକୁଳ ପରିବେଶରେ ସରିଲା ଅନୁପମା ଙ୍କ ଅନ୍ତିମ ସଂସ୍କାର

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼ ରାଜଗାଙ୍ଗପୁର ( ସୋମ୍ୟଜିତ ସ୍ୱାଇଁ ) ରାଜଗାଙ୍ଗପୁର ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ ନଦୀର ଘୋଘର ଘାଟକୁ ରବିବାର ପିକ୍‌ନିକ୍‌ କରିବାକୁ ଆସିଥିବା ଜଣେ ଯୁବତୀ ସେଲ୍‌ଫି ନେବାବେଳେ ପାଣିରେ ଖସି ପଡ଼ି ନିଖୋଜ ଥିଲେ। ଯୁବତୀ ଜଣକ ହେଉଛନ୍ତି ରାଜଗାଙ୍ଗପୁରର ଅନୁପମା ପ୍ରଜାପତି(୨୪)। ଖବର ପାଇ ବାଲିଶଙ୍କରା ଅଗ୍ନିଶମ ବିଭାଗ ଓ ତଲସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କାଲି ସନ୍ଧ୍ୟା ୫ଟାରୁ ଆଜି ସକାଳ ଯାଏ ଖୋଜାଖୋଜି କରିବା ପରେ ଆଜି ଦିନ 11 ଟା ସମୟରେ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ରବିବାର ରାଜଗାଙ୍ଗପୁରରୁ ଏକ ପରିବାର ଓ ସାଙ୍ଗସାଥି ମିଶି ୧୫ ଜଣ ବାଲିସଂକରା ନିକଟସ୍ଥ ଘୁଘର କୁନାକୁଣ୍ଡ କୁ ପିକ୍‌ନିକ୍‌ କରିବା ପାଇଁ ଆସିଥିଲେ। ଏହି ଯୁବତୀ ଜଣକ ନିଜ ଦୁଇ ସାଙ୍ଗ ଓ ଜଣେ ପୁରୁଷ ସାଙ୍ଗ ସହିତ ମିଶି ସେଲ୍‌ଫି ନେବାରେ ମସଗୁଲ ଥିଲେ। ଅନୁପମା ଓ ସାଙ୍ଗରେ ଥିବା ପୁଅ ସାତ ବଖରା ନିକଟରେ ସେଲଫି ନେଉଥିବା ବେଳେ ଅସାବଧାନତା ଯୋଗୁଁ ପଥରରୁ ଗୋଡ ଖସି ପାଣିରେ ପଡିଯାଇ ନିଖୋଜ ହୋଇଯାଇଥିଲେ। ଯୁବତୀଙ୍କୁ ଉଦ୍ଧାର କରିବାକୁ ଯାଇ ସାଙ୍ଗରେ ଯୁବକ ଜଣକ ମଧ୍ୟ ପାଣିକୁ ଡେଇଁ ପଡ଼ିଥିଲେ ଏବଂ ଗଭୀର ଆହତ ହୋଇଥିଲେ ।ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଥିଲେ ଓ ସନ୍ଧ୍ଯା ୫ ଟା ପର୍ଯ୍ୟନ୍ତ ଯୁବତୀଙ୍କୁ ଖୋଜି ଚାଲିଥିଲେ।କିନ୍ତୁ ଯୁବତୀ ର କୌଣସି ଖୋଜ୍ ଖବର ମିଳିନଥିଲା। ଦୀର୍ଘ ୨୪ ଘଣ୍ଟା ପରେ ଆଜି ଅଗ୍ନି ସମ ବିଭାଗ ଦ୍ଵାରା ନିଖୋଜ ଯୁବତୀର ଶବ ଉଦ୍ଧାର କରାଯାଇଛି।ପରେ ରାଜଗାଙ୍ଗପୁର ସ୍ଥିତ ନିଜ ବାସ ଭବନ କୁମ୍ଭାର ପଡା ଅଣାଯାଇଥିଲା ସେଠାରେ ମୃତ ଦେହ ପହଁଞ୍ଚିଲା ପରେ ଅଞ୍ଚଳ ସାରା ଶୋକ ର ଛାୟା ଖେଳି ଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର ପାଇଁ ମୃତ ଦେହ କୁ ସ୍ମଶାନ ଘାଟକୁ ନିଆଯାଇଥିଲା