ଆରଏସପି ଗ୍ୟାସ ଲିକ୍ ଘଟଣା ରେ ୪ ମୃତ ୬ ଅସୁସ୍ଥ।

Share on facebook Share on Twitter Share on Whatsapp Share on Linkedin

( ସ୍ୱସ୍ତିକ ବ୍ୟୁର ) ରାଉରକେଲା ଇସ୍ପାତ କାରଖାନା ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି.ପ୍ଲାଣ୍ଟ୍‌ର କୋଲ୍ କେମିକାଲ୍ ବିଭାଗରେ ଗ୍ୟାସ୍ ଲିକ୍ ହେବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଅସୁସ୍ଥ ଅଛନ୍ତି। ସୂଚନାଯୋଗ୍ୟ ଯେ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍‌ରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୧୦ ଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା । ଗୁରୁତର ଥିବା ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସେକ୍ଟର-୫ ଗୋଲଘର କବିସମ୍ରାଟପାଲୀ ଅଞ୍ଚଳ ର ବ୍ରହ୍ମାନନ୍ଦ ପଣ୍ଡା ୫୧ ବର୍ଷ, ଲାଠିକଟା ବ୍ଲକ କୁର୍ଲା ଗାଁ ଅଭିମନ୍ୟୁ ଶାହା ୩୩ ବର୍ଷ, ଫର୍ଟିଲାଇଜର କଷ୍ଟ୍ରକସନ୍ କଲୋନୀ ର ରବିନ୍ଦ୍ର ସାହୁ ୫୯ ବର୍ଷ ଓ ଗଣେଶ ଚନ୍ଦ୍ର ପାଇଲୋ ୫୫ ବର୍ଷ ବୋଲି ଜଣାପଡିଛି। ସମସ୍ତେ ଷ୍ଟାର୍ କନଷ୍ଟ୍ରକସନ କମ୍ପାନୀର କର୍ମଚାରୀ ଅଟନ୍ତି । ଅନ୍ୟମାନଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି. ତେବେ କେଉଁ କାରଣ ଯୋଗୁଁ ଗ୍ୟାସ୍ ଲିକ୍ ହେଲା ସେ ନେଇ ତଦନ୍ତ ଚାଲିଛି। ମୃତକ ଙ୍କ ଶରୀର କୁ ବର୍ତ୍ତମାନ ମର୍ଗ ହାଉସ୍ ରେ ରଖାଯାଇଛି। ବିଭିନ୍ନ ଶ୍ରମିକ ସଂଗଠନ ଓ ପରିବାର ବର୍ଗ ଆସି ମର୍ଗ ନିକଟରେ ଉପସ୍ଥିତ ରହି ଆବଶ୍ୟକୀୟ ଅନୁକମ୍ପାମୂଳକ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ନିମନ୍ତେ ଦାବି କରିଛନ୍ତି। ପୋଲିସ ପ୍ରଶାସନ ଆଇଜିଏଚ୍ ମର୍ଗ ନିକଟରେ ଉପସ୍ଥିତ ରହି ନିଜର ରଖିଛନ୍ତି।