ଘୋଘର କନାକୁଣ୍ଡ ନେଇଛି ଜୀବନ।କନାକୁଣ୍ଡ ର କିଛି ସ୍ଥାନ କୁ ନିଷିଦ୍ଧାଞ୍ଚଳ ଘୋଷଣା ପାଇଁ ଦାବି
ସୁନ୍ଦରଗଡ଼ : ବାଲିଶଙ୍କରା ( ସରୋଜ ସିଂ ) ତଲସରା - ନିକଟରେ ସେଲ୍ଫି ନେବା ସମୟରେ ଗୋଡ ଖସିଯାଇ କନାକୁଣ୍ଡ ଠାରେ ରାଜଗାଙ୍ଗପୁର କୁମ୍ଭାର ବସ୍ତି ର ଅନୁପମା ପ୍ରଜାପତି ଙ୍କ ମୃତ୍ୟୁ ପରେ। କନାକୁଣ୍ଡ ର କିଛି ସ୍ଥାନ କୁ ନିଷିଦ୍ଧାଞ୍ଚଳ କରିବା ପାଇଁ ଦାବି ହେଉଛି। ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଠାରୁ 12 କିଲୋମିଟର ଦୂରରେ ଅବସ୍ଥିତ ଇବ୍ ନଦୀ ରେ ଅବସ୍ତିତ କନାକୁଣ୍ଡ ଏହା ସାତବଖରା ନାମରେ ମଧ୍ୟ ପରିଚିତ। ପଥର ର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଏବଂ ପ୍ରାକୃତିକ କଳାକୃତି ଏହିସ୍ଥାନ ଏବେ ବେଶ୍ ଜଣାଶୁଣା। କିନ୍ତୁ ସୁନ୍ଦର ଓ ମନଲୋଭା ସଙ୍ଗେ ସଙ୍ଗେ ଲୋକଙ୍କ ପାଇଁ ବିପଦ ମଧ୍ୟ ସାଜିଛି। କାହିଁକିନା ପ୍ରତିବର୍ଷ ଏହି କୁଣ୍ଡରେ ଜଣେ କିମ୍ବା ଦୁଇ ଜଣ ଙ୍କ ଜୀବନ ଯାଇଥାଏ। ଏହା କହିଛନ୍ତି ସ୍ତାନୀୟ ଲୋକେ ।କିନ୍ତୁ ଏହି କନାକୁଣ୍ଡ ର ସୌନ୍ଦର୍ଯ୍ଯ ଯିଏ ଥରେ ଦେଇଛି ବାରମ୍ବାର ଆସିବାକୁ ଇଚ୍ଛା ପ୍ରକାଶ କରିଥାଏ। ପ୍ରତିବର୍ଷ ଏହି ଜାଗା କୁ ବଣଭୋଜି କରିବା ପାଇଁ ଲୋକଙ୍କ ସୁଅ ଛୁଟିଥାଏ ତତସହିତ ପର୍ଯ୍ୟଟକ ମାନେ ମଧ୍ୟ ଆସିଥାନ୍ତି। ଅନ୍ୟ ବର୍ଷ ଭଲି ଏଇ ବର୍ଷ ଏତେଟା ଭିଡ଼ ନଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ମାତ୍ରା ରେ ବୁଲିବାକୁ ଆସୁଛନ୍ତି। ତେବେ ଖସଡା ପଥର ଓ ଗଭୀର ଜଳ ଭଉଁରି ଯୋଗୁ ପାଦେ ପାଦେ ରେ ବିପଦ ରହିଛି। ତେଣୁ ପ୍ରଶାସନ ଏହାକୁ ନିଷିଦ୍ଧାଞ୍ଚଳ ଘୋଷାଣ ନକଲେ ଆଗକୁ ଆହୁରି ଜୀବନ ଯିବାର ଆସଙ୍କା ରହିଛି।