ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ବୈଠକ ଓ କର୍ମକର୍ତ୍ତା ଚୟନ
ଆନନ୍ଦପୁର(ସ୍ବସ୍ତିକ୍ ନିୟୁଜ):ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ନୂତନ ବର୍ଷ ୨୦୨୧ଅବସରରେ ଆନନ୍ଦପୁର ର ବ୍ୟାରେଜ ସ୍ଥିତ ମଧୁବନ ର ବୈତରଣୀ ନଦୀ କୂଳରେ ଏକ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ବରିଷ୍ଠ ସାମ୍ବାଦିକ ନିରାକାର ଦଳେଇ ଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ପ୍ରେସ ପରିଷଦ ର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିବା ବେଳେ ନୂତନ କର୍ମକର୍ତ୍ତା ଚୟନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା ପ୍ରେସ ପରିଷଦ ର ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ସର୍ବ ସମ୍ମତି କ୍ରମେ ଆନନ୍ଦପୁର ପ୍ରେସ ପରିଷଦ ର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ନିରାକାର ଦଳେଇ ଙ୍କୁ ଚୟନ କରାଯାଇଥିବାବେଳେ ଉପସଭାପତି ଭାବେ ଭରତ କୁମାର ବେହେରା,ସଂପାଦକ ଭାବେ ହରେକୃଷ୍ଣ ପାତ୍ର, ସହ ସଂପାଦକ ଭାବେ ରତିକାନ୍ତ ସାହୁ,କୋଷାଧ୍ୟକ୍ଷ ଭାବେ ଯୁବ ସାମ୍ବାଦିକ ତଥା ସମାଜସେବୀ ଗଣେଶ୍ୱର ମହାନ୍ତି ଚୟନ ହୋଇଥିବାବେଳେ ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ସତ୍ୟନନ୍ଦ ମିଶ୍ର,ମକରଧ୍ୱଜ ସାହୁ,ମକରଧ୍ୱଜ ଯେନା,ନିର୍ମଳ ଚନ୍ଦ୍ର ରାଉଳ,ଗଦାଧର ମିଶ୍ର,ମନମୋହନ ନାୟକ,ପ୍ରଫୁଲ କୁମାର ମହାନ୍ତି,ଜଗବନ୍ଧୁ ପଣ୍ଡା ପ୍ରମୁଖ ଙ୍କୁ ଚୟନ କରାଯାଇଥିଲା କାର୍ଯ୍ୟକାରୀ ସଦସ୍ୟ ଭାବେ ଅମୂଲ୍ୟ ଶଙ୍ଖୁଆ, ଅଭିମନ୍ୟୁ ଯେନା,ଲକ୍ଷ୍ମଣ ବେହେରା,ତାପସ କୁମାର ନାୟକ,ସୁଶାନ୍ତ କୁମାର ସାହୁ,ବିଭୂଷଣ ଯେନା,ସତ୍ୟବ୍ରତ ଯେନା,ବିନୋଦ ଖଣ୍ଡା, ଅଭିନ୍ନ କୁମାର ରଣା, ଶ୍ରୀନିବାସ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ଏହି ଅବସରରେ ନୂତନ ବର୍ଷର ଶୁଭକାମନା ନେଇ ପରସ୍ପର କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ପ୍ରେସ ପରିଷଦ ର ସାଙ୍ଗଠନିକ କାର୍ଯ୍ୟ ସହ ଆଗାମୀ ଦିନରେ ଲୋକ ମାନଙ୍କ ହିତ ପାଇଁ ବିଭିନ୍ନ ଜନହିତକର କାର୍ଯ୍ୟ କରାଯିବା କୁ ନିର୍ଣ୍ଣୟ ନିଆଯାଇଥିଲା ପ୍ରେସ ପରିଷଦର ଉନ୍ନୟନ ମୂଳକ କାର୍ଯ୍ୟ ତଥା କିପରି ସଂଗଠନ ସୁଦୃଢ଼ ଓ ଶାନ୍ତିଶୃଙ୍ଖଳା ରକ୍ଷା କରି ସମସ୍ତ କାର୍ଯ୍ୟ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା ଶେଷରେ ସମସ୍ତ ସାମ୍ବାଦିକ ମିଳିତ ଭାବେ ଏକ ପ୍ରୀତି ଭୋଜନରେ ଯୋଗଦେଇଥିଲେ ।