ବର୍ଷ ବର୍ଷ ଧରି ହଇରାଣ ଅଞ୍ଚଳବlସି ଙ୍କ ରାସ୍ତା ରୋକ
ହେମଗିରି (ଅବଦୁଲ ଅଜିଜ) ହେମଗିରି ବ୍ଲକ ଅନ୍ତର୍ଗତ ବାଙ୍କୀବାହାଲ, ଟପରିଆ ରାସ୍ତା ର ପରିସ୍ଥିତି କାହାଠୁ ଅଜଣା ନୁହେ, କୋଟି କୋଟି ଟଙ୍କା ମୂଲ୍ୟ ର କୋଇଲା ପରିବହନ ପଡୋଶୀ ରାଜ୍ୟ ଛତ୍ତିଶଗଡ଼ କୁ ପ୍ରତିଦିନ ହେଉଛି ଯାହା ଫଳରେ ରାସ୍ତା ର ଅବସ୍ଥା ମାରଣ ଯନ୍ତା ପାଲଟିବା ସହ ପ୍ରଦୂଷଣ ଏବଂ କୋଇଲା ଗୁଣ୍ଡ ପରିବେଶ କୁ ନଷ୍ଟ କରି ଆସୁଚି, ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ଦେଉ ହେଉଛନ୍ତି କିନ୍ତୁ ଅଂଚଳବାସୀ ଙ୍କ ପ୍ରତି mcl ହେଉ ଅଥବା ପ୍ରଶାସନ କୋଇଲା ପରିବହନ ରୁ ହେଉଥିବା ଅଂଚଳବାସୀ ଙ୍କ ଅସୁବିଧା ପ୍ରତି ଅନ୍ଧ ପାଲଟିଛି , ପୂର୍ବରୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଉକ୍ତ ଅସୁବିଧାକୁ ନେଇ ଆନ୍ଦୋଳନ କରାଯଇଥିଲା ଏବଂ ଅନଶନ ମଧ୍ୟ କରାଯାଇଥିଲା କିନ୍ତୁ ଫଳାଫଳ କିଛି ବାହାରି ନ ଥିଲା, ଯାହା କି ଅଂଚଳବାସୀ ଙ୍କ ମନରେ ପ୍ରଶ୍ନବାଚୀ ସ୍ରୁଷ୍ଟି କରିବା ସହ ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇଥିଲା, , ଫଳରେ ଅଂଚଳବାସୀ ବାଧ୍ୟ ହୋଇ ରାସ୍ତା କୁ ଆନ୍ଦୋଳନ ପାଇଁ ଓଳାଇଛନ୍ତି " ଜନଶକ୍ତି ବିକାଶ ପରିଷଦ" ନାମକ କୋମେଟ ଗଠନ କରି , ଉକ୍ତ ସମସ୍ୟା ନେଇ ଗତ 22,12,2020 ତାରିଖ ଦିନ ଉକ୍ତ ଅସୁବିଧା ର ସ୍ଥାୟୀ ସମାଧାନ ପାଇଁ ଜନଶକ୍ତି ବିକାଶ ପରିଷଦ ତଥା ଅଂଚଳବାସୀ ଦ୍ଵାରା ଦୀର୍ଘ 35 କି.ମି ଦୂରତା ଅତିକ୍ରମ କରି ଏକ ଚେତାବନୀ ପଦଯାତ୍ରା mcl ଠାରେ ପହଂଚି ହେମଗିରି bdo ଙ୍କ ମାଧ୍ୟମରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା, ଏବଂ 15 ଦିନ ସମୟ ଭିତରେ ଅସୁବିଧା ର ସମାଧାନ ନ ହେଲେ ରାସ୍ତା କୁ ଆନ୍ଦୋଳନ ପାଇଁ ଓହ୍ଲାଇବlକୁ ଚେତାବନୀ ଦେଇଥିଲେ,.. ଉକ୍ତ ଦାବିପତ୍ର ରେ ମୁଖ୍ୟତଃ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଦେଶ ଅନୁସାରେ କୋଇଲା ଖଣି ରୁ ଖଣିଜ ଦ୍ରବ୍ୟ ପରିବହନ କରିବା ସମୟରେ କୌଣସି ପ୍ରକାର୍ ପ୍ରଦୂଷଣ ନ କରିବା ପ୍ରତି ସୁନିଶ୍ଚିତ କରିବା ସହ ପ୍ରଦୂଷଣକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇ ପ୍ରଶାସନ କୁ ଆଦେଶ ରହିଲେ ସୁଦ୍ଧା ଏହାର ଅବମାନନା କରାଯାଇଥିବାରୁ ଜନସାଧାରଣ ଙ୍କ ଜୀବନ ଜିବିକା ଦୁର୍ବିଶହ ହୋଇପଡିଛି, ତା ସହ କୁଳଡା ଖୋଲା ମୁହଁ ଖଣିଜ ଦ୍ରବ୍ୟ ପରିବହନ ସଂରକ୍ଷଣ ବୁଝେଇବା ଆଦିରେ ସମସ୍ତ ଆଦେଶନାମା ସର୍ତ ର ଉଲ୍ଲଂଘନ ହେଉଛି, ଯାହା ଦ୍ୱାରା ଅତ୍ୟଧିକ କୋଇଲା ଗୁଣ୍ଡ ଉଡିଆସିଥି, ସିଧାସଳଖ ଚାଷଜମି, କୂଅ, ପୋଖରୀ, ଘର ଭିତରେ ପ୍ରବେଶ କରି ଖାଦ୍ୟ ପଦାର୍ଥ ତଥା ଘରର ଯାବତୀୟ ଜିନିଷକୁ ନଷ୍ଟ କରିବା ସହ ବହୁ ଅସୁବିଧା ର ସମ୍ମୁଖିନ ହେବାକୁ ପଡୁଚି, ଉକ୍ତ ଜମି ଚାଷ କରିବା ଏବଂ କୂଅ ପୋଖରୀର ପାଣିରେ ଶୌଚ ହେବା ଫଳରେ ସ୍ଵାସ୍ଥ୍ଯ ଉପରେ ବିଭିନ୍ନ୍ ପ୍ରକାର ପ୍ରଭାବ ପଡୁଅଛି ଯାହା ଫଳରେ ଜନସାଧାରଣ ଙ୍କ ଜୀବନ ଜିବିକା ଗଭୀର ପ୍ରଭାବିତ ହୋଇଛି, ପ୍ରଦୂଷଣ ଯୋଗୁ ଧାନ ଫସଲ କଲା ହୋଇଥିବା ଦ୍ଵାରା ଲ୍ୟାମ୍ପ କିମ୍ବା ଦୋକାନ ରେ ବିକ୍ରି ହୋଇ ପାରୁ ନ ଥିବାରୁ ଲୋକଙ୍କ ଜୀବନ ଜିବିକା ଉପରେ ଦୃଢ ବ୍ୟାଘାତ ଘଟୁଛି, ପ୍ରତିଦିନ ଭାରିଯାନ ଚଳାଚଳ ଯୋଗୁ ଧ୍ୱନି ପ୍ରଦୂଷଣ ଦ୍ଵାରା ବଧିର ହେବା ତଥା ରାସ୍ତା କଡରେ ଥିବା ସ୍କୁଲ ଅଙ୍ଗନୱାଡି ର ଛୋଟ ଛୋଟ ଶିଶୁ ମାନଙ୍କୁ ପାଠ ପଢ଼ାରେ ଦୃଢ଼ ବ୍ୟାଘାତ ଘଟୁଛି, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶାନାମା ଅନୁସାରେ ସ୍କୁଲ, ଅଙ୍ଗନୱାଡି, ଡାକ୍ତରଖାନା, ର 100 ମିଟର ଦୂରତା ଅଞ୍ଚଳକୁ ନୀରବ ଅଞ୍ଚଳ (silent zone ) ଘୋଷଣା କରାଯାଇଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି, ଏହା ସଙ୍ଗେ ସଙ୍ଗେ ଆହୁରି ଅନେକ୍ ଅସୁବିଧା ବିଷୟରେ ଉକ୍ତ ଦାବି ପତ୍ର ରେ ପ୍ରଦାନ କରାଯାଇଛି,.. ଗତ 19 ତାରିଖ ରୁ ଟପରିଆ ଠାରେ ଜସ ଶକ୍ତି ବିକାଶ ପରିଷଦ ତଥା ଅଂଚଳବାସୀ ଙ୍କ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁଥିବା ଏହି ଆନ୍ଦୋଳନ ର ମୁଖ୍ୟ ଦାବି ହେଲା ଯେ ମାନ୍ୟବର ମୁଖ୍ୟ ର ଆଦେଶ ତଥା ପରିବେଶ ମଞ୍ଜୁରୀ ପତ୍ର ସଂଖ୍ୟା( j-11015/10/1995-LA-LL(M) ) ର ଆଇନ ଉଲଂଘନ ପୂର୍ବକ ବେଆଇନ ଭାବେ ଗାଁ ମାଝୀ ଦେଇ କୋଇଲା ପରିବହନ ଯୋଗୁ ସମ୍ବିଧାନ ଧାରା 21 ଅନୁଜାଇ ସ୍ୱାଭିମାନ ସହ ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ ହେଉଥିବାରୁ ଏହି ବେ ଆଇନ କାର୍ଯ୍ୟକୁ ରୋକିବା ପାଇଁ ଦାବି l