ଘୋଘର ନିକଟରେ ମୃତ ଦେହ ଉଦ୍ଧାର ,ମୃତ୍ୟୁର କାରଣ ଅସ୍ପଷ୍ଟ
ସୁନ୍ଦରଗଡ଼ : ରାଜଗାଙ୍ଗପୁର (ସୌମ୍ୟଜୀତ ସ୍ୱାଇଁ) ରାଜଗାଙ୍ଗପୁର ର ଘୋଘର ମନ୍ଦିର ନିକଟରେ ଥିବା ଦେହୁରୀପଡା ରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା।ଗତ କାଲି ପ୍ରାୟ ରାତ୍ରି ୧୦ ଘଟିକା ସମୟରେ ମଞ୍ଜୁଲତା ନାଏକ, ଙ୍କ ପୁତ୍ର ରାହୁଲ ନାଏକ(୨୬) ଙ୍କୁ ଏକ ଫୋନ କଲ ଆସିଥିଲା ଏହି କଲ ପାଇ ସେହି ସମୟରେ ହଁ ଯାଉଛି କହି ଘରୁ ବାହାରି ଗଲେ ।ରାତି ସାରା ଆଉ ଘରକୁ ଫେରିନଥିଲେ।ସକାଳ ପ୍ରାୟ ୫ ଘଟିକା ସମୟରେ ବଜରଙ୍ଗ ବାଲି ଛକ ନିକଟରେ ରାହୁଲ ନାଏକ ଙ୍କର ଶବ ପଡିଥିବାର ସ୍ଥାନୀୟ ଲୋକ ଦେଖିଲେ।ସେମାନେ ଆସି ମଞ୍ଜୁଲତା ଙ୍କୁ ଜଣାଇଥିଲେ ।ସ୍ଥାନୀୟ ଲୋକ ମାନେ ଆମ୍ବୁଲାନ୍ସ ଯୋଗେ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାକୁ ପଠାଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମୃତ ଦେହ ପଡିଥିବା ସ୍ଥାନରେ ପୋଲିସ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।ଏହି ଘଟଣା ପଛରେ ଜମି ବାଡ଼ି ବିବାଦ ଥିବା ଜଣାପଡୁଛି।ଏହା ଦୁର୍ଘଟଣା କି ହତ୍ୟା ପୋଲିସ ତଦନ୍ତ ପରେ ଜଣା ପଡିବ।