କଳିଙ୍ଗ ୯ ନ୍ୟୁଜ ର ଦ୍ବିତୀୟ ବାର୍ଷିକ ଉତ୍ସବ ଡାବୁଗାଁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ
ନବରଙ୍ଗପୁର :-କଳିଙ୍ଗ ୯ ନ୍ୟୁଜ ଓ୍ବେବ ମିଡ଼ିଆର ଦ୍ବିତୀୟ ବାର୍ଷିକ ଉତ୍ସବ ଡାବୁଗାଁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ୯ର ଜିଲ୍ଲା ସାମ୍ବାଦିକ ମିହିର ଶଙ୍କର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ସମ୍ମାନୀୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, କଳିଙ୍ଗ ୯ର ଡାଇରେକ୍ଟର ଅନୁଜା ନନ୍ଦ ବିଶ୍ବାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ଅୟୁଜେ ସଭାପତି ସୁଶାନ୍ତ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ନଳିନୀ ମିଶ୍ର, ସ୍ଵସ୍ତିକ ନ୍ୟୂଜ ପ୍ରତିଷ୍ଠାତା ସେବକ ଗରଡା, ମୂଖ୍ୟ ବକ୍ତା ଭାବେ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଯୋଗଦେଇ ଥିଲେ। ଆଲବର୍ଟ ବେନ୍ୟା ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ9 ରୋ ଡାବୁଗାଁ ପ୍ରତିନିଧି କହ୍ନେଇଲାଲ ଗୁପ୍ତା
ଗଗନ ଗନ୍ତାୟତ, ସୁଶାନ୍ତ କୁମାର ପଣ୍ଡା, ଭଦେବ ଗଉଡ,ଚନ୍ଦ୍ରଧଜ ମଝି, ଭୀଷ୍ମ ଭତ୍ରା, ବାବୁଲି ପାଳ,ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ଏମ୍ ବୁଲୁ ରାଓ, ଏମ୍ ଆପ୍ପା ରାଓ, ମାମନୀ ଚକ୍ରବର୍ତ୍ତୀ, ମଣ୍ଡଳ ବିଜେପି ସାଧାରଣ ସଂପାଦକ ମହେଶ ପାତ୍ର, କଳାହାଣ୍ଡି ଜିଲ୍ଲାର ମଧ୍ୟ କିଛି ସାମ୍ବାଦିକ ଭାଇ ବୁଦ୍ଧେଶ୍ୱର ଚୌଧୁରୀ
ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ।